ଖୋର୍ଦ୍ଧା: ପାଣିରେ ବୁଡିଲା ‘ମୋ ବସ୍’ । ବର୍ଷା ଯୋଗୁଁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଖୋର୍ଦ୍ଧା ଜଟଣୀ ଅଣ୍ଡରପାସରେ 5 ଫୁଟ ଉପରେ ପାଣି ପ୍ରବାହିତ ହେଉଛି । ଅଣ୍ଡରଗ୍ରାଉଣ୍ଡରେ ପାଣି ଜମିଥିବାରୁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାଫଳରେ ବସ୍ରେ ଥିବା ଯାତ୍ରୀମାନେ ପହଁରି ପହଁରି ଉଚ୍ଚାସ୍ଥାନକୁ ଆସୁଥିବାର ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ଜଟଣୀ-ପିପିଲି ସଂଯୋଗ କରୁଥିବା ରାସ୍ତାରେ ଏହି ଅଣ୍ଡରଗ୍ରାଉଣ୍ଡ ରହିଛି । ଶନିବାର ଦିନ ଲଗାଣ ବର୍ଷା ହେବା ଫଳରେ ଅଣ୍ଡରଗ୍ରାଉଣ୍ଡରେ ପାଣି ଜମିରହିଥିଲା । ଯାହାଫଳରେ ଅଣ୍ଡରଗ୍ରାଉଣ୍ଡ ଦେଇ ଯାଉଥିବା ମୋ ବସ୍ଟି ପାଣିରେ ଫସି ରହିଥିଲା । ଅତ୍ୟଧିକ ବର୍ଷା ପାଣି ଜମି ରହିଥିବା ଲାଗି ବସ୍ଟି ଆଗକୁ ଯାଇପାରିନଥିଲା ।
ଶେଷରେ ବସ୍ରେ ଥିବା ଯାତ୍ରୀ ଓ କର୍ମଚାରୀମାନେ ପହଁରି ପହଁରି ଉଚ୍ଚା ସ୍ଥାନକୁ ଆସୁଥିବାର ଦେଖିବାକୁ ମିଳିଛି । ଆଜିଠୁ ୧୦ ତାରିଖ ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ୮ ଓ ୯ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୟୁନିଟ୍ -୮ ଡିଏଭି ସ୍କୁଲ ସାମ୍ନା ରାସ୍ତାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହଠାତ୍ ବର୍ଷା ଯୋଗୁ ପାଣି ଜମି ରହି ଯାତାୟତରେ ସମସ୍ୟା ଉପୁଜିଛି