ଲୋକଙ୍କ ଜୋତା ପଲିସ୍‌ ପରେ ଏବେ ପବ୍ଲିକ ଟଏଲେଟ୍‌ ସଫା କଲେ ବିଧାୟକ

0

ରାଜସ୍ଥାନର ଦୌସା ଜିଲ୍ଲା ଜରେ ବିଧାୟକ ଉପ ଜିଲ୍ଲା ହସ୍ପିଟାଲରେ ପବ୍ଲିକ ଟଏଲେଟ ସଫା କରିଛନ୍ତିି । ଇଏ ସେହି ବିଧାୟକ , ଯିଏ ଗାନ୍ଧି ଜୟନ୍ତୀ ଅବସରରେ ଲୋକଙ୍କ ଜେତା ପୋଲିସ କରୁଥିଲେ । ଏବେ ବିଧାୟକଙ୍କର ନୂଆ ଭିଡିଓ ସମ୍ନାକୁ ଆସିଛି । ଏଥିରେ ସେ ସ୍ୱଚ୍ଛତାର ବାର୍ତ୍ତା ଦେଇ ପବ୍ଲିକ ଟଏଲେଟ ସଫା କରିବାର ଦେଖିବାକୁ ମିଳିଛି ।

ମଙ୍ଗଳବାର ମହୱାରୁ ସ୍ୱାଧୀନ ବିଧାୟକ ଓମ ପ୍ରକାଶ ହୁଡଲା ଉପ ଜିଲ୍ଲା ହସ୍ପିଟାଲ ନିରୀକ୍ଷଣ ବେଳେ ପବ୍ଲିକ ଟଏଲେଟ ଦେଖି ରାଗି ଯାଇଥିଲେ । ଏହାପରେ ସେ ନିଜେ ବ୍ରଶ୍‌ ଓ ହାର୍‌ପିକ ଧରି ଟଏଲେଟ୍‌ ସଫା କରିବାକୁ ଯାଇଥିଲେ।

ପବ୍ଲିକ ଟଏଲେଟ୍‌କୁ ଭଲ ଭାବରେ ସଫା କରିଥିଲେ ବିଧାୟକ। କାନ୍ଥରେ ଲାଗିଥିବା ମଇଳାକୁ ମଧ୍ୟ ସେ ସଫା କରି ଦେଇଥିଲେ। କମୋଡ୍‌ ଓ ଟାଇଲ୍ସ ସମ୍ପୂର୍ଣ୍ଣ ରୂପେ ସଫା କରିବା ପରେ ବିଧାୟକ ବାହାରକୁ ଆସିଥିଲେ। ଏହାପରେ ହସ୍ପିଟାଲ ଷ୍ଟାଫ୍‌ ଏବଂ ଅନ୍ୟମାନଙ୍କ ସହିତ କଥା ହୋଇଥିଲେ।

ବିଧାୟକ କହିଥିଲେ ଯେ ସ୍ୱଚ୍ଛତାର ବାର୍ତ୍ତା ଦେବା ପାଇଁ ସେ ପବ୍ଲିକ ଟଏଲେଟ୍‌ ସଫା କରିଛନ୍ତି। କୌଣସି ବି କାମ ଛୋଟ କି ବଡ଼ ହୋଇ ନ ଥାଏ। ଏହି କାରଣରୁ ସେ ଟଏଲେଟ୍‌ ସଫା କରିଛନ୍ତି। ବିଧାୟକ ଏହା ମଧ୍ୟ କହିଥିଲେ ଯେ ଯେଉଁଠି ସ୍ୱଚ୍ଛତା ଥାଏ, ସେଠାରେ ଲକ୍ଷ୍ମୀ ବାସ କରନ୍ତି। ଏଥିପାଇଁ ପ୍ରତ୍ୟେକ ଜାଗାକୁ ସ୍ୱଚ୍ଛ ରଖିବା ଉଚିତ୍‌।