ପ୍ରଧାନମନ୍ତ୍ରୀ ଆଦର୍ଶ ଗାଆଁ ଭାବେ ଶୁଭ ଦେଲେ ବିଧାୟିକା

ଗଞ୍ଜାମ(ହର ପ୍ରସାଦ ବିଶୋଇ): ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଫାସୀ ପଞ୍ଚାୟତର ବିଲିପଡା ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରିବାପରେ ଆଜି ଉକ୍ତ ଗ୍ରାମକୁ ଗସ୍ତ କରି ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ପାଇଁ ଶୁଭ ଦେଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ | ଗ୍ରାମରେ ଦୂର ହେବ ଥିବା ସମସ୍ୟା | ଗାଁରେ ଡ୍ରେନେଜ,ଷ୍ଟ୍ରିଟ ଲାଇଟ,ପକ୍କା ରାସ୍ତା ଭଳି ପ୍ରାୟ 40 ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ |ଏହି କାର୍ଯ୍ୟକ୍ରମ ଫଳରେ ଗ୍ରାମରେ ଉନ୍ନତି ଆସିବ ବୋଲି କହିଛନ୍ତି କବିସୂର୍ଯ୍ୟନଗର ବିଧାୟିକା | ଏହି ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ବ୍ଲକ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରା,ଜିଲ୍ଲା ପରିଷଦ ସଦସ୍ୟ ମନୋଜ ପାଣ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ,ସରପଞ୍ଚ ନବୀନ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ |