ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଧରାକୋଟ ବ୍ଲକ ଅନ୍ତର୍ଗତ ବରଡାବିଲି ପଞ୍ଚାୟତ ହରିପୁର ଗ୍ରାମରେ ଅଗ୍ନିକାଣ୍ଡ। ଗାଁର ପ୍ରାୟ ୩ଟି ଛପର ଘରେ ଆକସ୍ମିକ ଭାବେ ନିଆଁ ଲାଗିବା ଫଳରେ ସମ୍ପୂର୍ଣ୍ଣ ଭାବେ ଘର ଏବଂ ଆସବାବପତ୍ର ନଷ୍ଟ ହୋଇଯାଇଛି। ଏପରି ମର୍ମନ୍ତୁଦ ଖବର ଶୁଣି ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଘଟଣାସ୍ଥଳରେ ପହଂଚି କ୍ଷୟକ୍ଷତି ଆକଳନ କରିଛନ୍ତି। ଏଥିସହ ବାସହୀନ ପରିବାର ସଦସ୍ୟଙ୍କୁ ଶୁଖିଲା ଖାଦ୍ୟ ଏବଂ କିଛି ଆର୍ଥିକ ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି।