ବିଜେଡିରେ ମିଶିବେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ !

ଭୁବନେଶ୍ୱର:ବୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲାର ଜଣେ ଟାଣୁଆ ଆଦିବାସୀ ନେତା ଭାବେ ପରିଚିତ ଜର୍ଜ ତିର୍କୀ ଖୁବ୍‌ଶୀଘ୍ର ବିଜେଡିରେ ଯୋଗଦେବେ ବୋଲି ବେଶ୍ କିଛିଦିନ ହେଲା ଖୁବ୍ ଆଲୋଚନା ଚାଲିଛି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପରେ ତାଙ୍କର ବିଧିବଦ୍ଧ ବିଜେଡି ପ୍ରବେଶ ବିଷୟରେ ନିଷ୍ପତ୍ତି ହେବ। ଏପରିକି, ସେ ଆଗାମୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଏହି ଆଲୋଚନାରୁ ଜଣାପଡ଼ିଛି।