ଗାଁ କୁ ଗାଁ ଗସ୍ତ କରି ମାସ୍କ ବଣ୍ଟନ କଲେ ବିଧାୟିକା

ଗଞ୍ଜାମ(ହର ପ୍ରସାଦ ବିଶୋଇ):  ଦେଶରେ କରୋନା ସୃଷ୍ଟି କରିଛି ଭୟଙ୍କର ସ୍ଥିତି |ଗତ ବର୍ଷ ଠାରୁ ଜାରିରହିଥିବା କରୋନା ମହାମାରୀ ବିରୁଦ୍ଧରେ ଓଡିଶା ସଫଳ‏ ସଂଗ୍ରାମ ଜାରି ରଖିଛି |ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅଧାରରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶୃତିବଧତା ଓ ଶୃଙ୍ଖଳିତ ରଣନିତି ସହ ଏହି ଅଭିଯାନ ଅବ୍ୟାହତ ଜାରିରହିଛି |କରୋନାର ଏହି ଦ୍ୱତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି |ଏହି ପରିପ୍ରେକ୍ଷୀରେ ଲଢେଇକୁ ଆହୁରି ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି | ଏହି କ୍ରମରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର 46 ନଂ ଜୋନର ଆଠ ଗୋଟି ପଞ୍ଚାୟତରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଦ୍ୱାରା ଆରମ୍ବ ହୋଇଛି କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ |ବିଧାୟିକା ପ୍ରଥମେ ବଡ ଖଇରଖମା ପଞ୍ଚାୟତର ଶରଧାପୁର ଗ୍ରାମରେ ପଂହଁଚି ଜନ ସାଧାରଣଙ୍କୁ କରୋନା ସମ୍ବଧୀୟ ସଚେତନତା କରି ମାସ୍କ ବଣ୍ଟନ କରିବା ସହ ମାସ୍କ ପିନ୍ଧାଇଥିଲେ | ପରେ କୁମାରୀପାରି ପଞ୍ଚାୟତର ମାଳ ବେଲପଡା,ଅଙ୍ଗାରଗାଁ ପଞ୍ଚାୟତର ଅଙ୍ଗାରଗାଁ,ଷଣ୍ଢମୂଳ ପଞ୍ଚାୟତ,ତାଳସର ପଞ୍ଚାୟତ,ସାଙ୍କୁଡା ପଞ୍ଚାୟତ,ସୁମଣ୍ଡଳ ପଞ୍ଚାୟତ ଓ ବୁରୁଝରୀ ପଞ୍ଚାୟତ ଗସ୍ତ କରି ସଚେତନତା କରିବା ସହ ମାସ୍କ ବଣ୍ଟନ କରିଛନ୍ତି |

ସୂଚନା ଥାଉକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକ ମାନେ ସେମାନଙ୍କ ପାଣ୍ଠିରୁ ପଚାଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାସ୍କ ବଣ୍ଟନ କରିବେ | ତେବେ ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାସ୍କ ପ୍ରସ୍ତୁତ କରି ବଣ୍ଟନ କରାଯାଉଛି ଫଳରେ ମହିଳାମାନେ ନିଜେ ସ୍ୱାବଲମ୍ବୀ ହୋଇପାରୁଛନ୍ତି |ଏଭଳି ମହାମାରୀ ସମୟରେ ଗାଁ କୁ ଗାଁ ବୁଲି ଲୋକଙ୍କ ପାଖରେ ପଂହଁଚି କରୋନା ସଚେତନତା କରିବା ଓ ମାସ୍କ ବଣ୍ଟନ କରିବା ସାଧାରଣରେ ପ୍ରଶଂସା ସାଉଁଟିଛି | ଏହି କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମରେ ବ୍ଲକ ସଭାପତି ବିଜୟ କୁମାର ଦୋରା,ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡୀ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କାଶୀନାଥ ବେହେରା,ତ୍ରିନାଥ ଭୂୟାଁ,ବିଜୁ ଶ୍ରମିକ ସାମୁଖ୍ୟର ଉପସଭାପତି ବିଜୟ କୁମାର ନାୟକଙ୍କ ସମେତ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ |