ବନ୍ୟା ପୀଡିତଙ୍କୁ ଭେଟିଲେ ବିଧାୟକ ବ୍ୟୋମକେଶ ରାୟ

ଭଦ୍ରକ : ଲଗାଣ ବର୍ଷା ପରେ ବଢିଛି ନଦୀର ଜଳସ୍ତର । ଉପୁଜିଛି ବନ୍ୟା ପରିସ୍ଥିତ । ବନ୍ୟା ପାଣି ଘେରରେ ରାଜ୍ୟର ଅନେକ ଗ୍ରାମ । ଜଳ ବନ୍ଦି ହୋଇ ଅତି କଷ୍ଟରେ ଜୀବନ ଜାପନ କରୁଛନ୍ତି ଲୋକେ । କେଉଁଁଠି ଘର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ପଶିଗଲାଣି ତ କେଉଁଠି ଲଗାଣ ବର୍ଷାରେ କାନ୍ଥ ଖସି ତଳେ ଲୋକେ ଚାପି ହୋଇ ଜୀବନ ଗଲାଣି । ଏପରିକି ଲୋକେ ଖାଇବାକୁ ମଧ୍ୟ ପାଉ ନଥିବା କଥା ସାମ୍ନାକୁ ଆସୁଛି ।

ଏଭଳି ଜଟିଳ ପରିସ୍ଥିତି ଭିତରେ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀର ବନ୍ୟା ପୀଡିତ ଅଞ୍ଚଳକୁ ଯାଇ ଲୋକଙ୍କୁ ଭେଟିଛନ୍ତି ବିଧାୟକ ଡଃ ବ୍ୟୋମକେଶ ରାୟ । କେବଳ ସେ ଏକା ନୁହଁନ୍ତି ତାଙ୍କ ସହ ବିଧାୟକ ସଞ୍ଜୟ କୁମାର ମଲ୍ଲିକ ଓ ସ୍ଥାନୀୟ ଲୋକପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ଲୋକଙ୍କ ସହ ଭେଟ କରି ତାଙ୍କ ଦୁଃଖ ବିଷୟରେ ବୁଝିଛନ୍ତି । ଏହା ସହ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ୟ ସମସ୍ତ ଅନୁସାଙ୍ଗିକ ବ୍ୟବସ୍ଥା କରାଯାଇଛି ।