ବିଜୁ ଜନତା ଦଳ ପକ୍ଷରୁ ମିଶ୍ରଣ ପର୍ବ

ଜଳେଶ୍ଵର : ଜଳେଶ୍ଵର ନିର୍ବାଚନ ମଣ୍ଡଳୀ  ତଥା ବସ୍ତା ବ୍ଲକ ଅନ୍ତର୍ଗତ  ପାଉଁଶକୁଲି ପଞ୍ଚାୟତ  ଗମ୍ଭାରିଆ  ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ବୋଥ ସ୍ତରୀୟ  କର୍ମୀ  ସମ୍ମିଳନୀ ସହିତ ମିଶ୍ରଣପର୍ବ ଅନୁଷ୍ଠିତ ହୋଇ ଯାଇଛି ।କାର୍ଯ୍ୟକ୍ରମ କୁ ପଞ୍ଚାୟତ  ସଭାପତି ଗିରିଜା ଶଙ୍କର ମହାନ୍ତି ସଭାପତିତ୍ବ କରିଥିବା ବେଳେ, ମନ୍ତ୍ରୀ  ତଥା ବିଧାୟକ  ଅଶ୍ଵିନୀ କୁମାର ପାତ୍ର, ବ୍ଲକ ଉପସଭାପତି  ଅନାଦି ଦାସ, ଅଜୟ କୁମାର ସାହୁ, ଭବେନ୍ଦ୍ର ସାହୁ, ବୃନ୍ଦାବନ ପଣ୍ଡା, ହେମେନ୍ଦ୍ର ବାରିକ୍ ବିଜୟ କୁମାର ପାଳ  ପ୍ରମୁଖ ଯୋଗ ଦେଇ ନବୀନ ପଟ୍ଟନାୟକ ସ୍ୱଚ୍ଛ  ଶାସନ, ନିର୍ମଳ ଭାବ ମୂର୍ତ୍ତୀ ସାଙ୍ଗକୁ ବିଭିନ୍ନ ଲୋକା ଭିମୁଖି ଜନ କଲ୍ୟାଣ କାରୀ ଯୋଜନା , ସହିତ  ମିଶନ ଶକ୍ତି  ମାଧ୍ୟମରେ ମହିଳା ଙ୍କୁ ସଶକ୍ତି କରଣ , ବିଜୁ ସ୍ଵାସ୍ଥ୍ୟ କାର୍ଡ ଯୋଜନା ବାବଦରେ ବଖାଣିବା ସହିତ  ଷଷ୍ଠ ଥର ପାଇଁ  ନବୀନ ଙ୍କୁ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଓ ରାଜ୍ୟରେ ବିଜେଡି ସରକାର ଗଠନ ପାଇଁ ଦଳୀୟ ଚିହ୍ନ ଶଙ୍ଖ ଚିହ୍ନରେ ଉଭୟ ବିଧାୟକ ପ୍ରାର୍ଥୀ  ଅଶ୍ଵିନୀ କୁମାର ପାତ୍ର ଓ ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାର ଭୋଟ ଦେବାକୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ  ନ୍ୟାୟକ ମହା ମେଣ୍ଟ ର ସଭାପତି ନାରାୟଣ ଚନ୍ଦ୍ର  ଉପାଧ୍ୟାୟ, ବିଜେପିର ମଣ୍ଡଳ ସଭାପତି ଭୂପେନ କୁମାର ସାହୁ, ଉପସଭାପତି ନିରଞ୍ଜନ ପାତ୍ର, ଯୁବନେତା ଜ୍ଞାନେନ୍ଦ୍ର ଜେନା, ରବୀନ୍ଦ୍ର ବାରିକ, ନରେନ୍ଦ୍ର ସାହୁ, ହରେନ୍ଦ୍ର ସାହୁ ପ୍ରମୁଖ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ  ହୋଇ ବିଜେଡି ରେ ସାମିଲ ହୋଇ ଥିଲେ , ସମସ୍ତ ନବାଗତ ଙ୍କୁ ଦଳୀୟ ଉତ୍ତରୀୟ ଦେଇ ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ସ୍ବାଗତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟର  ପଞ୍ଚାୟତ ଯୁବ ସଭାପତି ବିକ୍ରମ କୁମାର ସିଂ, ମହିଳା ସଭାପତି କଳ୍ପନା ସିଂ,ୱାର୍ଡ ସଭ୍ୟ ହେମନ୍ତ କୁମାର ଜେନା, ସମରେନ୍ଦ୍ର ଜେନା, ଲକ୍ଷ୍ମଣ ପାତ୍ର,ପ୍ରଭୂରାମ ପାତ୍ର , ହାଜି ମମତା ଜୁଦ୍ଦିନ ଖାନ, ମିର ମୈତାବ ଅଲି ଖାନ୍, ସେକ ଅବଦୁଲ ଫିରୋଜ୍ ଖାନ,ସେକ ବାଉଦ୍ଦିନ୍ ପ୍ରମୁଖ ଉପସ୍ଥିତ ଥିବା ବେଳେ ,ବୃନ୍ଦାବନ ପଣ୍ଡା  ଧନ୍ୟବାଦ ଅର୍ପଣ କରିଥିଲେ।