ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ରାଜନୀତିରେ ବ୍ୟବହାର କରା ନଯାଉ :ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ
ଭୁୁବନେଶ୍ୱର: ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ରାଜନୀତିରେ ବ୍ୟବହାର କରିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ । ମହିଳାମାନେ ଜ୍ୟଦି ରାଜନୀତିକୁ ଆସୁଛନ୍ତି ତେବେ ତାଙ୍କୁ ସମାଲୋଚନା କରା ନ ଯାଉ । ଏହା ସେମାନଙ୍କ ଅଧିକାର, ସେମାନଙ୍କ ପସନ୍ଦ ବୋଲି କହିଲେ ସୁଜାତା । ଏଥିସହ ଏମପାୱରମେଣ୍ଟ ହୋଲିଷ୍ଟିକ, ଏହାକୁ ବିଭକ୍ତ କରିପାରିବେନି । ଏମିତି କୁହାଯାଇପାରିବନାହିଁ, ଆପଣ ବ୍ୟବସାୟ କରନ୍ତୁ, ରାଜନୀତି ପ୍ରସଙ୍ଗରେ କଥା କୁହନ୍ତୁ ନାହିଁ । ଗତ ପଞ୍ଚାୟତ ନିର୍ବାଚନରେ 50% ସଂରକ୍ଷଣ ରହିଥିବା ବେଳେ 60 ରୁ 70% ମହିଳା ନିଜସ୍ଵ ବଳରେ ଜିତି କି ଆସିଛନ୍ତି । ଜିଲ୍ଲା ପରିଷଦ ନିର୍ବାଚନରେ 21 ମହିଳା ଅଧ୍ୟକ୍ଷା ଏଥିସହ ମହିଳାମାନଙ୍କୁ ଲିଡରସିପ ରୋଲ ପ୍ଲେ କରିବାକୁ ମିଶନ ଶକ୍ତି ପ୍ଲାଟଫର୍ମ ଦେଇଥାଏ ।