ଟୋକିଓ : ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରୋତ୍ତୋଳନରେ ସ୍ବର୍ଣ୍ଣ ପଦକ ଜିତିଥିବା ଚାଇନାର ଜିହୁଇ ହୁଙ୍କଠାରୁ ପଦକ ଫେରାଇ ନିଆଯାଇପାରେ। ମୀରାବାଈ ଚାନୁଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ । ସ୍ବର୍ଣ୍ଣ ପଦକ ବିଜୟିନୀ ଝିହୁଇ ହୋଙ୍କ ଆଣ୍ଟି ଡୋପିଂ ଟେଷ୍ଟ କରାଯିବ। ହୋଙ୍କୁ ଟୋକିଓରେ ରହିବାକୁ କୁହାଯାଇଛି ଏବଂ ଏହି ସମୟ ମଧ୍ୟରେ ଡୋପିଂ ପରୀକ୍ଷା କରାଯିବ। ଏଥିରେ ଯଦି ସେ ବିଫଳ ହୁଅନ୍ତି, ତେବେ ନିୟମ ଅନୁଯାୟୀ ଭାରତର ମିରବାଇ ଚାନୁଙ୍କୁ ସ୍ୱର୍ଣ୍ଣ ପ୍ରଦାନ କରାଯିବ । ଗତ ଶନିବାର ଝି ହୁଇ ୨୧୦ କିଲୋଗ୍ରାମ ଭାରତ୍ତୋଳନରେ ସୁନା ଜିତି ଅଲିମ୍ପିକ୍ସରେ ନୂତନ ରେକର୍ଡ ସୃଷ୍ଟି କରିଥିଲେ । ନିୟମ ବିଷୟରେ କହିବାକୁ ଗଲେ, ଯଦି ଜଣେ ଆଥଲେଟ ଡୋପିଂ ଟେଷ୍ଟରେ ବିଫଳ ହୁଅନ୍ତି, ତେବେ ରୌପ୍ୟ ଜିତିଥିବା ଆଥଲେଟଙ୍କୁ ସ୍ବର୍ଣ୍ଣ ପ୍ରଦାନ କରାଯିବ। ଶନିବାର ଟୋକିଓ ଆନ୍ତର୍ଜାତୀୟ ଫୋରମରେ ମହିଳା ୪୯ କିଲୋଗ୍ରାମ ବର୍ଗରେ ମୀରାବାଇ ଚାନୁ ଭାରତର ପ୍ରଥମ ପଦକ ଜିତିଥିଲେ।