ପିଅନ୍ତୁ ପୁଦିନା ଚା’, ଜାଣନ୍ତୁ ଏହାର ଉପକାରିତା ବିଷୟରେ

(ମମତା ସାମଲ): ଆସନ୍ତୁ ଜାଣିବା ପୁଦିନା ଚା’ କିପରି ପ୍ରସ୍ତୁତ ହେଉଛି ଓ ତା’ର ଉପକାରିତା ।

– ପାଚନ କ୍ରିୟା ନିୟନ୍ତ୍ରଣ କରେ ।
– ପରିସ୍ରା ଜଳାପୋଡ଼ା ଦୂର କରେ ।
– ଶ୍ୱସନ ସମସ୍ୟା ଓ ଶ୍ୱାସ ନଳୀ ସଂକ୍ରମଣ ଦୂର କରେ ।
– ମାନସିକ ବିଷାଦ ଦୁର କରେ ।
– କ୍ୟାନସରରୁ ସୁରକ୍ଷା ଦିଏ ।

ସାମଗ୍ରୀ : ପୁଦିନା ପତ୍ର, ଗୋଲମରିଚ, କଳାଲୁଣ, ଆବଶ୍ୟକୀୟ ଅନୁସାରେ ପାଣି ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ପ୍ୟାନରେ ପାଣି ଗରମ କରନ୍ତୁ । ସେଥିରେ ୮-୧୦ ଟି ପୁଦିନା ପତ୍ର, ଗୋଲମରିଚ, କଳା ଲୁଣ ପକାଇ ଫୁଟାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ପୁଦିନା ଚା’ । ପୁଦିନା ଚା’ ସ୍ୱାସ୍ଥ୍ୟ ପ୍ରତି ବହୁ ଉପକାରି ।