ପୁଦିନା ଶରୀର ପାଇଁ ଲାଭଦାୟକ । ଏହା ଦ୍ୱାରା ଶୀତଳତା ମିଳିଥାଏ । ଏହା ଖାଦ୍ୟରେ ବ୍ୟବହାର କରାଯାଏ । ପୁଦିନା ପତ୍ରରେ ସାଲିସିକ ଏସିଡ ଥାଏ ତେଣୁ, ତ୍ୱଚା ସୁନ୍ଦର ଏବଂ ସୁସ୍ଥ କରିବାରେ ସାହାଯ୍ୟ କରେ । ବ୍ରଣ ସମସ୍ୟା ଯୋଗୁଁ ଅନେକ ଲୋକ ସମସ୍ୟାରେ ପଡ଼ନ୍ତି, ଏପରିସ୍ଥିତିରେ ସେମାନେ ପୁଦିନା ପତ୍ର ବ୍ୟବହାର କରିପାରିବେ । ଏହା ଦ୍ୱାରା ତ୍ୱଚା କୋମଳ ହେବା ସହ ଦାଗ ମଧ୍ୟ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ପୁଦିନା ପତ୍ରକୁ କିପରି ବ୍ୟବହାର କରିବେ ।
ପୁଦିନା-ତୁଳସୀ:
ବ୍ରଣ ସମସ୍ୟା ଥିଲେ ପୁଦିନା ଏବଂ ତୁଳସୀ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପାଖାପାଖି ୨୦ ମିନିଟ ପର୍ୟ୍ୟନ୍ତ ମୁହଁରେ ଏହି ପେଷ୍ଟ ଲଗାନ୍ତୁ । ଏହା ପରେ ମୁହଁକୁ ପାଣିରେ ଧୋଇ ନିଅନ୍ତୁ ।
ପୁଦିନା – ଲେମ୍ବୁ ରସ:
ପୁଦିନା ପତ୍ରରେ ପାଣି ଏବଂ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ତ୍ୱଚାରେ ଲଗାନ୍ତୁ । ୨୦ ମିନିଟ ପରେ ତ୍ୱଚାକୁ ସଫା ପାଣିରେ ଧୋଇ ନିଅନ୍ତୁ ।
ପୁଦୀନା ପତ୍ର – ମହୁ:
ପୁଦୀନା ପତ୍ର ଏବଂ ମହୁ ମିଶାଇ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପ୍ୟାକକୁ ମୁହଁ ଏବଂ ବେକ ତ୍ୱଚାରେ ଲଗାନ୍ତୁ । ପାଖାପାଖି ୩୦ ମିନିଟ ପରେ ଏହାକୁ ସଫା ପାଣିରେ ଧୋଇ ଭଲ ଭାବରେ ସଫା କରନ୍ତୁ । ଏହା ଦ୍ୱାରା ତ୍ୱଚାରେ ଚମକ ଆସିବ ଏବଂ ଏହା ଦାଗରୁ ମଧ୍ୟ ମୁକ୍ତି ଦେଇଥାଏ ।
ପୁଦିନା – ଗ୍ରୀନ୍ ଟି
ଗୋଟିଏ କପ ଗ୍ରୀନ୍ ଟି ପ୍ରସ୍ତୁତ କରନ୍ତୁ । ଏହାକୁ ଥଣ୍ଡା କରିବା ପରେ ସେଥିରେ ପୁଦିନା ପତ୍ର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପ୍ରାୟ ୨୦ ମିନିଟ ପାଇଁ ମୁହଁରେ ଲଗାନ୍ତୁ । ଏହା ପରେ ଚେହେରାକୁ ପାଣିରେ ଧୋଇ ଦିଅନ୍ତୁ । ଚେହେରା ସଫା ହୋଇଯିବ ।
ପୁଦିନା ପତ୍ର:
ପୁଦିନା ପତ୍ର ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ । ଏହି ପତ୍ରକୁ ଧୋଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହି ପେଷ୍ଟକୁ ମୁହଁ ଏବଂ ବେକରେ ଲଗାନ୍ତୁ । ଶୁଖିବା ପରେ ଏହାକୁ ତ୍ୱଚାରୁ ବାହାର କରନ୍ତୁ । ଆପଣ ଏହାକୁ ସପ୍ତାହରେ ଦୁଇରୁ ତିନିଥର ବ୍ୟବହାର କରିପାରିବେ । ଏହା ଦ୍ୱରା ତ୍ୱଚା କମଳ ହୋଇଥାଏ ।