ବ୍ଲୁଟୁଥ ହେଲା କାଳ; ଟ୍ରେନ ଧକ୍କାରେ ନାବାଳକ ମୃତ୍ୟୁ

କେନ୍ଦୁଝର: ଟ୍ରେନ ଧକ୍କାରେ ପ୍ରାଣ ହରାଇଲେ ନାବାଳକ । ଆଜି ସକାଳେ ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଳା ଟାଙ୍ଗରତଳି ଗ୍ରାମ ନିକଟରେ । ନାବାଳକଙ୍କ ମୃତ୍ୟୁର କାରଣ ପାଲଟିଛି ତାଙ୍କ ବ୍ଲୁ-ଟୁଥ । କାନରେ ବ୍ଲୁ-ଟୁଥ ଦେଇ ରେଳ ଧାରଣାରେ ଚାଲୁଥିବା ବେଳେ ଟ୍ରେନ ଧକ୍କାରେ ମୃତ୍ୟୁବରଣ କରିଛନ୍ତି ଟାଙ୍ଗରତଳି ଗ୍ରାମର ଅରୁଣ ବରଡିଆ । ଦୁର୍ଘଟଣା ସ୍ଥଳ ନିକଟରେ ଥିବା କିଛି ସ୍ଥାନୀୟ ଲୋକେ ଏ ନେଇ ସୂଚନା ଦେଇଛନ୍ତି । ଖବର ପାଇବା ପରେ ସଦର ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।