IAS ସ୍ତରରେ ଛୋଟ ଧରଣ ର ଅଦଳ ବଦଳ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି

IAS ସ୍ତରରେ ଛୋଟ ଧରଣ ର ଅଦଳ ବଦଳ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଅନୁସାରେ ଯୋଜନା ଓ ସଂଯୋଜନା ବିଭାଗ ର ସ୍ୱତନ୍ତ୍ର ସଚିବ ତଥା ସରକାରୀ ଉଦ୍ୟୋଗ ର ଅତିରିକ୍ତ ଦାୟିତ୍ୱ ରେ ଥିବା ଚିତ୍ରାଅରୁମୁଗମ ଙ୍କୁ ବିଜ୍ଞାନ ଓ କାରିଗରୀ ବିଭାଗ ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ପଂଚାୟତି ରାଜ ବିଭାଗ ର ପ୍ରମୁଖ ସଚିବ ତଥା ଅବକାରୀ ବିଭାଗ ର ଅତିରିକ୍ତ ଦାୟିତ୍ୱ ରେ ସୁଶୀଲ କୁମାର ଲୋହାନି ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ ର ଅତିରିକ୍ତ ଦାୟିତ୍ୱ ରେ ନିଯୁକ୍ତି କରାଯାଇଛି । ଏଥିସହ ଏସଏସଇପିଡ଼ି ବିଭାଗ ର ସଚିବ ଭାସ୍କର ଜ୍ୟୋତି ଶର୍ମା ଯୋଜନା ଓ ସଂଯୋଜନା ବିଭାଗ ର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ନେବେ ।