ଭୁବନେଶ୍ୱର: ଭୁବନେଶ୍ୱର ପାଇଁ ଭବିଷ୍ୟତରେ ମେଟ୍ରୋର ଆବଶ୍ୟକତା ରହିଛି । ରାଜ୍ୟ ସରକାର ବି ମେଟ୍ରୋ ସିଟି ପାଇଁ ଇଛୁକ ଥିବା ନେଇ କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ପୂର୍ବ ମେଟ୍ରୋ ପ୍ରକଳ୍ପ ପାଇଁ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ଟେଷ୍ଟିଙ୍ଗ ସମୟରେ ଯାତାୟାତ ନେଇ ସମସ୍ୟା ଦେଖା ଦେଇଥିଲା । କାମ ଚାଲିଥିଲେ ସ୍ଥିତି ଜଟିଳ ହେଇଥାନ୍ତା ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର । ତେବେ ଯାତାୟାତକୁ ଅଧିକ ସୁବିଧା କରିବା ପାଇଁ ରିଙ୍ଗ୍ ରୋଡ୍କୁ ଅନୁମୋଦନ ମିଳିଛି । ଏହି ୬ ଲେନ୍ କେବଳ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ନୁହେଁ ରାଜ୍ୟ ପାଇଁ ସୁବିଧା ହେବ । କେନ୍ଦ୍ର ସରକାରଙ୍କ ସହାୟତାରେ ଆଗକୁ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏନେଇ ସରକାର ଏକ ଟେକ୍ନିକାଲ୍ ଟିମ୍ ମଧ୍ୟ ଗଠନ କରିଛନ୍ତି, ବିଭିନ୍ନ ଜାଗାକୁ ଯାଇ ସ୍ଥିତି ଅନୁଧ୍ୟାନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ ଟିମ୍ । ପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ମେଟ୍ରୋ ପ୍ରକଳ୍ପ ବିଷୟରେ କଥା ହେବେ । ତେବେ ନିର୍ଦ୍ଦିଷ୍ଟ ସମୟ କହିପାରିବିନି ମାତ୍ର ଭୁବନେଶ୍ୱର ମେଟ୍ରୋପଲିଟାନ ସିଟି ଏବଂ ଏଠାରେ ମେଟ୍ରୋର ଆବଶ୍ୟକତା ରହିଛି । ଭବିଷ୍ୟତରେ ମେଟ୍ରୋ ମଧ୍ୟ ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।