କରଞ୍ଜିଆ / ବସନ୍ତ କୁମାର ସୋରେନ : ପୁଣି ବେଆଇନ ଗୋ ଚାଲାଣ ବେଳେ ଓଲଟିଲାପଡ଼ିଲା ମିନିଟ୍ରକ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ ର ଟଙ୍ଗାବିଲା ନିକଟରେ ଭାରଶ୍ୟାମ ହରାଇ ରାସ୍ତା ଉପରେ ଓଲଟିଲା । ଚାଲାଣ ହେଉଥିବା ବଳଦ ମଧ୍ୟରୁ ୮ରୁ ଅଧିକ ମୃତ୍ୟୁ ହଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହଇଥିବା ସୂଚନା ।
ପ୍ରକାଶ ଥାଉକି , ଗତକାଲି ବିଳମ୍ବିତ ରାତିରେ ମହୁଲଡିହା ଠାକୁରମୁଣ୍ଡା ଥାନା ପୋଲିସ ଏବଂ କରଞ୍ଜିଆ ଥାନା ପୋଲିସ ଏକ ବେଆଇନ ବଳଦ ବୋଝେଇ ମିନିଟ୍ରକକୁ ପିଛା କରୁଥିବା ବେଳେ ମିନିଟ୍ରକଟି ଦୃତ ଗତିରେ ଠାକୁରମୁଣ୍ଡା, କରଞ୍ଜିଆ ହୋଇ ୪୯ନମ୍ବର ଜାତୀୟ ରାଜପଥ ରେ କଲିକତା ଅଭିମୁଖେ ଯାଉଥିବା ବେଳେ ଟଙ୍ଗାବିଲା ଅଭୋରବ୍ରିଜ ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଲା । ଫଳରେ ମିନିଟ୍ରକରେ ବେଆଇନ ଭାବେ ଚାଲାଣ ହେଉଥିବା ୨୦ ରୁ ଉର୍ଦ୍ଧ ବଳଦ ଙ୍କ ମଧ୍ୟରୁ ୮ରୁ ଅଧିକ ବଳଦ ର ମୃତ୍ୟୁ ହଇଥିବା ବେଳେ ଅନ୍ୟ ବଳଦ ଗୁରୁତର ଆହତ ହଇଥିବା କୁହାଯାଉଛି । ତେବେ ଗାଡି ଟି ଦୁର୍ଘଟଣା ଗ୍ରସ୍ତହେବା ପରେ ଘଟଣା ସ୍ଥଳରୁ ଗାଡି ଡ୍ରାଇଭର ଏବଂ ହେଲପରେ ଫେରାର ହଇଯାଇଥିବା ବେଳେ ଗାଡ଼ିକୁ ଜବତ କରିଛି ଯଶିପୁର ପୋଲିସ। ତେବେ ଉକ୍ତ ଘଟଣାକୁ ନେଇ ଘଟଣା ସ୍ଥଳରେ ଚାପା ଉତେଜନା ଲାଗି ରହିଥିଲା । ପୋଲିସ ତରବରିଆ ଭାବେ ଗାଡି ଏବଂ ବଳଦକୁ ଔଉଈ ସାହାଯ୍ୟରେ ଉଠାଉ ଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠେ ଗତ କିଛି ଦିନ ହବ ପୋଲିସ କୁ ଖୁଲା ଚାଲେଞ୍ଜ ଦେଇ ଦିନରାତି ବେଆଇଅନ ଭାବେ ଗୋ ଚାଲାଣ କରୁଥିଲେ ବି ପୋଲିସ କିପରି ଜାଣି ପାରୁନି ବୋଲି ପ୍ରଶ୍ନ କରିଛନ୍ତି ଲୋକେ ।