ହେଉଥିଲା ଚୋରୀ ଖଣିଜ: ଦୁଇଟି ଲୁହାପଥର ବୋଝେଇ ଗାଡି ଜବତ

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ଯୋଡା ଖଣି ମଣ୍ଡଳରେ  ଅହେତୁକ ଭାବେ ବୃଦ୍ଧି ପାଇଛି  ଚୋରୀ । ବାରମ୍ବାର ଲୋକଲୋଚନ କୁ ଏହି ଚୋରୀ  ଘଟଣା ଆସିବା ପରେ ଖଣି ବିଭାଗକୁ କରାଯାଉଛି ସମାଲୋଚନା ।ତେଣେ ଖଣି ବିଭାଗ ଦ୍ଵାରା ବିଭିନ୍ନ ସ୍ଥାନରେ ଦାବିଦାର ନ ଥିବା  ଖଣିଜ କୁ କାଗଜ ପତ୍ରରେ ଜବତ ଦେଖାଇ ବିଭାଗ ଲୋଜିଷ୍ଟିକ ସପୋର୍ଟ ମିଳୁ ନ ଥିବା ବ।ହ।ନ କରି ଶହ ଶହ କୋଟି ଟଙ୍କା ର ଖଣିଜ କୁ ବେପରୁଆ ଭାବେ ସେହି ସ୍ଥାନରେ ଛାଡି ଦେଉଚି ।ଏହାର ରକ୍ଷଣାବେକ୍ଷଣ ତଥା ଜଗୁଆଳି ବ୍ୟବସ୍ଥା ବିଭାଗ ପକ୍ଷରୁ କରା ଯାଉ ନାହିଁ ।ଖଣି ଉପ ନିର୍ଦ୍ଦେଶାଳୟ କୁ ଜଗିବା ପାଇଁ ଅଧା ଡର୍ଜନ ରୁ ଅଧିକ ଘରୋଇ ସୁରକ୍ଷା କର୍ମୀ ବ୍ୟବସ୍ଥା କରାଯାଇଥିଲେ ହେଁ ଶହ ଶହ କୋଟି ଟଙ୍କା ର ଖଣିଜ କୁ ଜଗିବା ପାଇଁ ବିଭାଗ ଆଗ୍ରହ ଦେଖାଉ ନାହିଁ ।ଫଳରେ ଜବତ ଖଣିଜ ଚୋରୀ ହେବାରେ ଲାଗିଛି ।ଖଣି ଜଗିବା ପାଇଁ ଓ ଖଣିରେ ଅନୁଶାସନ ରଖିବା ପାଇଁ ଖଣି ବିଭାଗ ରହିଛି ।ହେଲେ  ଖଣିଜ ଚୋରା ଚାଲାଣ କୁ ରୋକିବାରେ ,ଖଣିଜ ବୋଝେଇ ଗାଡ଼ି ଧରିବାରେ ଖଣି ବିଭାଗ ସେପରି କୌଣସି କାର୍ଯ୍ୟ କରି ପାରୁ ନାହିଁ ।ଖଣି ଚୋରୀ କୁ ପୋଲିସ ଓ ବନ ବିଭାଗ କିଛିକାଂଶରେ ଆୟତ୍ତ କରୁଛନ୍ତି । ନୟାଗଡ଼ ଠାରେ ଜବତ ହୋଇ ଗଚ୍ଛିତ ରହିଥିବା ଲୁହାପଥର ଚୋରା ଚାଲାଣ କରି ନେଇ ଯାଉଥିବା ଦୁଇଟି  ଟ୍ରକ୍ ଏହି କାର୍ଯ୍ୟରେ ବ୍ୟବହୃତ ଗୋଟିଏ ୪ଚକିଆ ଯାନ  କୁ ପୋଲିସ ଗୋଡ଼ାଇ ଗୋଡ଼ାଇ ଧରିଛି । ଏଥିରେ ସଂପୃକ୍ତ ଅଭିଯୋଗରେ ପାଞ୍ଚ ଜଣ ଖଣି ଚୋର ମଧ୍ୟ ଧରା ପଡିଛନ୍ତି । ତେବେ ଖଣି ବିଭାଗ ଠାରେ ନିଜସ୍ଵ ବିଭାଗୀୟ ଫୋର୍ସ ,ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ,  କୌଣସି ଆଖି ଦୃଶୀୟ। ସଫଳତା ପାଇ ପ।ରୁ ନାହିଁ । ଫଳରେ ଶହ ଶହ କୋଟି ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କା ର ଖଣିଜ ପଡ଼ି ରହିଛି । ଅନ୍ୟ ପକ୍ଷରେ ଚୋରା ଜବତ ଲୁହାପଥର କୁ ଖଣି ବିଭାଗ ସୁରକ୍ଷିତ ଭାବେ ରଖି ପାରୁ ନ ଥିବାରୁ ଜବତ ଲୁହାପଥର ଚୋରି ହେବାରେ ଲାଗିଛି l