ଭୁବନେଶ୍ୱର; ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା । ଆସିଥିବା ପ୍ରତ୍ୟୁତ୍ତର ଗ୍ରହଣେଯାଗ୍ୟ ନୁହେଁ ବୋଲି ଦର୍ଶାଇ କରାଯାଇଛି ପଦଚ୍ୟୁତ । କାହିଁକି ପଦଚ୍ୟୁତ କରାନଯିବ, ସେନେଇ ସୋକଜ୍ ମଗାଯାଇଥିଲା । ୧୮ ଦିନ ପୁର୍ବରୁ ତାଙ୍କୁ ଗାଦିଚ୍ୟୁତ କରାଯାଇଥିବା ନେଇ ସୂଚନା ରହିଥିଲା , କିନ୍ତୁ ମିନତୀ ତାଙ୍କୁ କୌଣସି ଚିଠି ଆସିନଥିବା କହି ଗାଦି ମାଡି ବସିଥିଲେ । ପରେ ତାଙ୍କୁ ଏ ନେଇ ସୋ କଜ ନୋଟିସ ମାଗିଥିଲା ବିଭାଗ । ହେଲେ ସନ୍ତୁଷ୍ଟ ଜନକ ଉତ୍ତର ଦେଇ ପାରିନଥିଲେ ମିନତୀ । ତେଣୁ ମିନତୀଙ୍କୁ ପଦଚ୍ୟୁତ କରାଯାଇଥିବା ନେଇ ମହିଳା ଓ ଶିଶୁ ବିକାସ ବିଭାଗ ପକ୍ଷରୁ ଜାରୀ କରାଯାଇଛି ନିର୍ଦ୍ଦେଶ ନାମା ।