କ୍ଷୀର, ଘିଅ, ଦହି ଓ ଛେନାର ହେବ ମାନ ଯାଞ୍ଚ

ଭୁବନେଶ୍ବର: ସାରା ଦେଶରେ ହେବ କ୍ଷୀରର ଯାଞ୍ଚ । କ୍ଷୀର, ଘିଅ, ଦହି ଓ ଛେନାର ହେବ ମାନ ଯାଞ୍ଚ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଂଗଠିତ ଓ ଅଣ ସଙ୍ଗଠିତ କ୍ଷେତ୍ରରୁ ନମୂନା ସଂଗ୍ରହ କରି ଯାଞ୍ଚ କରିବ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ । ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀରେ ଅପମିଶ୍ରଣ ରୋକିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଦେଶରେ କ୍ଷୀର ଓ କ୍ଷୀରଜାତ ସାମଗ୍ରୀ ଯାଞ୍ଚ କରିବ ଏଫଏସଏସଏଆଇ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲାମାନଙ୍କରେ ଏହି ଯାଞ୍ଚ କରାଯିବ । ସବୁ ଜିଲ୍ଲାରୁ ନମୂନା ସଂଗ୍ରହ କରି ଯାଞ୍ଚ କରିବ ଏଫଏସଏସଏଆଇ । ଫୁଡ୍ ସେପ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି ।