ମିଗ୍ – ୨୧ ବିମାନ ଦୁର୍ଘଟଣା ଗ୍ରସ୍ତ

0

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଫାଇଟର ଜେଟ୍ ମିଗ୍ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଜସ୍ଥାନର ହନୁମାନଗଡ଼ର ଏକ ଘର ଉପରେ ଏହି ବିମାନଟି ଖସି ପଡ଼ିଛି । ବାୟୁସେନାର ଏହି ବିମାନଟି ନିୟନ୍ତ୍ରଣ ହରାଇବା ଫଳରେ ଏକ ଘର ଉପରେ ଖସି ପଡ଼ିଥିଲା । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହାତ ହୋଇଛନ୍ତି । ଆହାତ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବିମାନର ପାଇଲଟ ସୁରକ୍ଷିତ ଥିବା ଜଣାପଡ଼ିଛି । ସ୍ଥାନିୟ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ତେବେ ସେନାର ଏହି ବିମାନଟି ଦୁର୍ଘଟଣା ଘଟିବାପରେ ସେଠାରେ ନିଆଁ ଲାଗିଯାଇଥିଲା ।