ବର୍ତ୍ତମାନ ସମସ୍ତଙ୍କୁ ମିଳିବ ବ୍ଲୁ ଟିକ୍ । ଫେସବୁକ୍ ଓ ଇନଷ୍ଟାଗ୍ରାମରେ ସମସ୍ତେ ପାଇବେ ବ୍ଲୁ ଟିକ୍ । ଟ୍ୱିଟର ପରେ ଏବେ ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ବ୍ଲୁ ଟିକ୍ ବିକିବ ମେଟା । ପୂର୍ବରୁ ଇନଷ୍ଟାଗ୍ରାମ ଓ ଫେସବୁକ୍ ରେ ସେଲିବ୍ରିଟି,ରାଜନେତା, ପ୍ରଭାବଶାଳୀ ବ୍ୟକ୍ତିଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍ ଲାଗୁଥିଲା, କିନ୍ତୁ ବର୍ତ୍ତମାନ ଯେ କେହି ବି ସାଧାରଣ ଲୋକ ନିଜ ଆକାଉଣ୍ଟରେ ବ୍ଲୁ ଟିକ୍ ଲଗାଇ ପାରିବେ । ମେଟା ବର୍ତ୍ତମାନ ଆମେରିକାର ୟୁଜର୍ସଙ୍କ ପାଇଁ ଏହି ସେବା ଆରମ୍ଭ କରିଛି ।ଯଦି ଆପଣ ବି ନିଜ ଆକାଉଣ୍ଟରେ ବ୍ଲୁ ଟିକ୍ ଲଗାଇବାକୁ ଚାହୁଁଛନ୍ତି ତେବେ ଏଥି ପାଇଁ ଆପଣଙ୍କୁ ମାସିକ ଟଙ୍କା ଦେବାକୁ ପଡିବ ।
ଯଦି ଆପଣ ମୋବାଇଲ ଆପ୍ ରେ ସାଇନ୍ ଅପ୍ କରନ୍ତି ତେବେ ଆପଣଙ୍କୁ ଽ ୧୧.୯୯ ଅର୍ଥାତ୍ ୯୮୯ ଟଙ୍କା ଦେବାକୁ ପଡିବ ଏବଂ ଆପଣ ଉଭୟ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ରେ ବ୍ଲୁ ଟିକ୍ ପାଇପାରିବେ । କିନ୍ତୁ ଯଦି ଆପଣ େଓ୍ବବ ରେ ସାଇନ୍ ଅପ ୍ କରନ୍ତି ତେବେ ଆପଣଙ୍କୁ ଽ ୧୪.୯୯ ଅର୍ଥାତ୍ ୧୨୩୭ ଟଙ୍କା ଦେବାକୁ ପଡିବ ଏବଂ ଆପଣ କେବଳ ଫେସବୁକ୍ ରେ ବ୍ଲୁ ଟିକ୍ ପାଇପାରିବେ । ତେବେ ବ୍ଲୁ ଟିକ୍ ପାଇବା ପାଇଁ ଆପଣଙ୍କୁ ୧୮ ବର୍ଷ ହୋଇଥିବା ଆବଶ୍ୟକ ଏବଂ ବ୍ଲୁ ଟିକ୍ ପାଇଁ ଆପଣଙ୍କୁ ଏକ ଯାଞ୍ଚ ପ୍ରକ୍ରିୟା ଦେଇ ଯିବାକୁ ପଡିବ । ଏହାସହ ଆପଣଙ୍କ ଆଇଡି ମଧ୍ୟ ଦେବାକୁ ପଡିବ ।