ବ୍ୟୁରୋ: ମେଟା ସବୁବେଳେ ନିଜ ଗ୍ରାହକ ମାନଙ୍କ ପାଇଁ କିଛି ନା କିଛି ନୂଆ ସରପ୍ରାଇଜ ଦେଇଥାଏ । ସେ ହ୍ୱାଟସ୍ ଆପ୍ ହେଉ କିମ୍ବା ଫେସବୁକ ଫନି ଫିଚରସ୍ ଭେଟି ଦେଇଥାଏ ଯାହା ଲୋକମାନଙ୍କୁ ଖୁବ ପସନ୍ଦ ଆସିଥାଏ । ସେହିଭଳି ମେଟା ହ୍ୱାଟସ୍ ଆପ୍ ପୁଣି ଏକ ନୂଆ ଫିଚର ଆଣିବାକୁ ଯାଉଛି । ଏହା ପୂର୍ବରୁ ମେଟା ହ୍ୱାଟସ୍ ଆପ୍ ମ୍ୟାସେଜରେ ରିଆକ୍ସନ ଫିଚର ଆଣିଥିଲା ଏବଂ ବିଭିନ୍ନ ଅପଟେଡ କରିଛି । ମ୍ୟୁଟ୍ ନୋଟିଫିକସେନ, ସର୍ଟକଟ୍ ଭଳି ବିଭିନ୍ନ ପ୍ରକାର ନୂଆ ସୁବିଧା ଆରମ୍ଭ କରିବାକୁ ଚାହୁଛି ହ୍ବାଟସ୍ଆପ୍ । ତେବେ ଆମେ ଯଦି ହ୍ୱାଟସ୍ ଆପ୍ ଥରେ କାହାକୁ ମୃାସେଜ କରିବାକୁ ଚାହୁଁଛୁ ଏହା ପରେ ଆମେ ସେହି ମ୍ୟାସେଜକୁ ଏଡିଟ କରିପାରୁ ନାହୁଁ । ଖୁବ୍ଶୀଘ୍ର ପଠାଯାଇଥିବା ମେସେଜ୍କୁ ଏଡିଟ୍ କରିବା ଲାଗି କଂପାନି ସୁବିଧା ପ୍ରଦାନ କରିବ। ଆଇଫୋନ୍ ବ୍ୟବହାରକାରୀମାନଙ୍କ ଲାଗି ଥିବା ଆଇମେସେଜ୍ ସୁବିଧା ଭଳି ହ୍ବାଟସ୍ଆପ୍ରେ ମଧ୍ୟ ମେସେଜ୍କୁ ଏଡିଟ୍ କରିବା ସୁବିଧା ମିଳିବ। ଆଇମେସେଜ୍ରେ ଏଡିଟ୍ ସୁବିଧା ଆରମ୍ଭ ହେବା ପରେ ହ୍ବାଟସ୍ଆପ୍ ଉପରେ ଚାପ ରହିଥିଲା। ତେବେ ହ୍ବାଟସ୍ଆପ୍ ପକ୍ଷରୁ ଆଣ୍ଡ୍ରଏଡ୍ର ବିଟା ଭର୍ସନରେ ଏଡିଟ୍ ସୁବିଧାର ପରୀକ୍ଷଣ ଆରମ୍ଭ କରାଯାଇଛି। ଆସନ୍ତା ସପ୍ତାହ ସୁଦ୍ଧା ବ୍ୟବହାରକାରୀମାନଙ୍କୁ ଏହି ସୁବିଧା ମିଳିବ ବୋଲି ଅନୁମାନ କରାଯାଉଛି। ମ୍ୟୁଟ୍ ନୋଟିଫିକସେନ, ସର୍ଟକଟ୍ ଭଳି ବିଭିନ୍ନ ପ୍ରକାର ନୂଆ ସୁବିଧା ଆରମ୍ଭ କରିବାକୁ ହ୍ବାଟସ୍ଆପ୍ ଚାହୁଛି। ତେବେ ପଠାଯାଇଥିବା ମେସେଜ୍କୁ ଏଡିଟ୍ କରିବା ସୁବିଧା କେବଳ ସ୍ବଳ୍ପ କିଛି ସମୟ (୧୫ ମିନିଟ୍) ପାଇଁ ମିଳିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ସୀମା ଭିତରେ ହିଁ ତାହାକୁ ଏଡିଟ୍ କରିହେବ।