ଭୁବନେଶ୍ୱର: ଓଡିଶାର ନମ୍ବର–୧ ମନୋରଞ୍ଜନ ଚ୍ୟାନେଲ ଜୀ–ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ । ଜୀ–ସାର୍ଥକ ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିଛି । ସେହିପରି ଏକ କାହାଣୀ ଯାହା ବିଜୟ କାଣ୍ଡୋଇଙ୍କ ପ୍ରଯୋଜିତ ଓ ସରୋଜ ଦାଶ ନିର୍ଦେଶିତ ହେଉଛି ‘ତୁ ମୋ ସାଥିରେ’ । ବିବାହା ପରେ ପ୍ରେମର ନୂଆ କାହାଣୀ ନେଇ ଆସିଛି ଜୀ–ସାର୍ଥକର ଏହି ଲୋକପ୍ରିୟ ଧାରାବାହିକ ‘ତୁ ମୋ ସାଥିରେ’ । ବାହାଘର ପରେ ଅମ୍ବର ଓ ଧାରା ମଧ୍ୟରେ ହେଉଥିବା ପ୍ରେମ, ଝଗଡା ଓ ବୁଝାମଣା ବହୁ ଉତ୍କଣ୍ଠାପୂର୍ଣ ମୋଡ । ଘରର ଜ୍ଵାଇଁ ଭାବରେ ଅମ୍ବର, ଧାରା ପରିବାରକୁ ମଧ୍ୟ ସମାନ ଆଖିରେ ଦେଖିଛି । ସେ ଧାରାର ମା’ ମୀନାଙ୍କୁ ନିଜ ଘରକୁ ଆଣିବାକୁ ଚେଷ୍ଟା କରିଛି ହେଲେ ଧାରା ଓ ମୀନା ଏଥିରେ ରାଜି ହୋଇନାହାନ୍ତି । ବହୁତ କଷ୍ଟରେ ସେମାନଙ୍କୁ ବୁଝାଇ ଅମ୍ବର ନିଜ ଘରକୁ ଆଣିଛି ଓ ବିବାହ ସମୟରେ ରଖିଥିବା ନିଜର ଦ୍ବିତୀୟ ସର୍ତ୍ତ କଥା ପାଳନ କରିଛି ବାହାଘର ପରେ ଗୋଟିଏ ଘରେ ରହୁଛନ୍ତି ସେମାନେ ଅମ୍ବର ଓ ଧାରା ମଧ୍ୟରେ ସୁନ୍ଦର ପ୍ରେମ କାହାଣୀ ଆଗେଇ ଚାଲିଛି ଓ ଅମ୍ବର ମଧ୍ୟ ଧାରାର ପରିବାରକୁ ବହୁତ ଆଦର ଦେଇଛି କିନ୍ତୁ ସେପଟେ ଧାରା ସବୁବେଳେ ଚେଷ୍ଟାରତ କିପରି ଇନ୍ଦ୍ରାଣୀର ମୁଖା ଖୋଲିବ ଓ ଅମ୍ବରର ନିଜ ମା’ ଜାନକୀଙ୍କୁ ପ୍ରକୃତ ନ୍ୟାୟ ଦେବା ! ତେବେ କାହାଣୀରେ ଆଗକୁ କଣ ହେବ ଜାନକୀଙ୍କୁ ପ୍ରକୃତ ନ୍ୟାୟ ମିଳିବ ? ଇନ୍ଦ୍ରାଣୀର ମୁଖା ଖୋଲିବ ? ସବୁବେଳେ ଅମ୍ବର ଓ ଧାରା ମଧ୍ୟରେ ସମ୍ପର୍କ ଭଲ ରହିବତ ? ଏମିତି ବହୁ ପ୍ରଶ୍ନର ଉତ୍ତର ନେଇ ଧାରାବାହିକ ଆଗେଇ ଚାଲିଛି ‘ତୁ ମୋ ସାଥିରେ’ ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭ ରେ କେବଳ ଜୀ–ସାର୍ଥକରେ । “ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ। ଏହି ମେଗା ଧାରାବାହିକ, ‘ତୁ ମୋ ସାଥିରେ’ ରେ ରହିଥିବା ପ୍ରେମ, ଝଗଡା ଓ ବୁଝାମଣା ବହୁ ଉତ୍କଣ୍ଠାପୂର୍ଣ ମୋଡ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ବୋଲି ଜୀ–ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି ।