ଧର୍ମଶାଳା / ସୌମ୍ୟ ପଣ୍ଡା : ଯାଜପୁର ଜିଲ୍ଲା ଧର୍ମଶାଳା ଯୁବ ବିଜେଡି ପକ୍ଷରୁ ମଙ୍ଗଳପୁର କଲ୍ୟାଣ ମଣ୍ଡପ ପରିସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ରକ୍ତ ପରୀକ୍ଷା ସହ ଶିଶୁ ରୋଗ ବିଭାଗ, ଚକ୍ଷୁ ବିଭାଗ, ମେଡ଼ିସିନ ବିଭାଗ, କର୍ଣ୍ଣ ବିଭାଗ, ହୃଦରୋଗ ବିଭାଗ ଭଲି ବିଭିନ୍ନ ବିଭାଗର ଡାକ୍ତର ଯୋଗ ଦେଇଥିଲେ । ବିଭିନ୍ନ ଅଂଚଳରୁ ବହୁ ଲୋକେ ଯୋଗ ଦେଇ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ମାଗଣା ମେଡ଼ିସିନ ପ୍ରଦାନ କରାଯାଇଛି । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜନ୍ମଦିନ ଉପଲକ୍ଷେ ଧର୍ମଶାଳା ବିଜୁ ଜନତା ଦଳ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିବା କୁହାଯାଇଛି ।