ପୋଲିସ ସମିତି ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଉଦଳା:  ଉଦଳା ପୋଲିସ ସମିତି ପକ୍ଷରୁ ଉଦଳା ଥାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ପୋଲିସ ଅଧିକାରୀ ସାର୍ଥକ ରାୟ ଓ ଉଦଳା ଥାନାଧିକାରୀ ନୀରଜ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଛି ।  ଏଥିରେ ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ହୃଷିକେଶ ଖିଲାରୀ ଉଦଳା ଥାନାରେ ପହଞ୍ଚି ପ୍ରଥମେ ବୃକ୍ଷ ରୋପଣ କରିବା ସହିତ ଫିତା କାଟି ରକ୍ତଦାନ ଶିବିରର ସୁଭାରମ୍ଭ କରିଥିଲେ  ।

ରକ୍ତଦାନ ମହତ ଦାନ ରକ୍ତ ବଞ୍ଚାଏ ଶତ ଜୀବନ ଉକ୍ତିରେ ରକ୍ତଦାନ ପାଇଁ ଆଗଭର ଥିବା ଦାତା ମାନେ ପହଞ୍ଚି ନାମ ପଞ୍ଜିକରଣ କରିଛନ୍ତି । ଏହି ରକ୍ତଦାନ ଶିବିରରେ ୧୫୦ ରୁ ଅଧିକ ରକ୍ତ ସଂଗ୍ରହ ହେବାକୁ ପଞ୍ଜିକୃତ ହୋଇଛି । ପୋଲିସ ବିଭାଗର ଏହି ମହାନିୟତା କାର୍ଯ୍ୟ କର୍ମକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି ।