ସ୍ୱାଭିମାନ ଅଞ୍ଚଳରେ ୭ ଦଫା ଦାବିକୁ ନେଇ ଜନ ସମାବେଶ

ମାଲକାନାଗିରି(ସୂର୍ଯ୍ୟକାନ୍ତ ବେହେରା): ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ପଣସପୁଟ ସଦର ମହକୁମା ଠାରେ ୭ ଦଫା ଦାବି ନେଇ ଏକ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ଅଧିନସ୍ଥ ୨୧ ଖଣ୍ଡ ଗ୍ରାମର ମୌଳିକ ସୁବିଧା ସୁଯୋଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଇତ୍ୟାଦିର ସୁବ୍ୟବସ୍ଥା ପାଇଁ ଏହି ସମାବେଶର ଆୟୋଜନ କରାଯାଇଥିଲା । ଏନେଇ ଏକ ୭ ସାତ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି । ସମସ୍ତ ଜନସାଧାରଣ କିପରି ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ମୌଳିକ ସୁବିଧାସୁଯୋଗ ପାଇପାରିବେ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା ।
ମୂଖ୍ୟମନ୍ତ୍ରୀ ଏହାକୁ ସ୍ୱାଭିମାନ ଅଞ୍ଚଳ ଘୋଷଣା କରି ଗୁରୁପ୍ରିୟା ସେତୁ କରିଥିବା ବେଳେ ଏପର୍ଯ୍ୟନ୍ତ ଯୋଡାଆମ୍ବ ଠାରୁ ପଣସପୁଟକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାର ଅବସ୍ଥା ଅତି ଦୟନୀୟ ହୋଇ ପଡି ରହିଛି । ପ୍ରଥମେ ଗମନାଗମନର ସୁବିଧା ନିମନ୍ତେ ରାସ୍ତା ନିର୍ମାଣ କରାଯାଉ ବୋଲି ଅଞ୍ଚଳ ବାସି ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳୁ ନାହିଁ ବୋଲି ଅଞ୍ଚଳ ବାସି ପ୍ରକାଶ କରିଛନ୍ତି । ଏହି ସଭାରେ ପୂର୍ବତନ ସରପଞ୍ଚ ଅର୍ଜୁନ ହନ୍ତାଳ, ବରିଷ୍ଠ ସମାଜ ସେବି ଭିମସେନ ଖିଲ,ସମାଜ ସେବୀ ଦୈତାରୀ ଶିଶାଙ୍କ ସହିତ ଅନେକ ବୁଦ୍ଧିଜିବୀ ଓ ଗ୍ରାମବାସି ଏଠରେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଯଦି ଏସବୁର ସମାଧାନ କରାନଯାଏ ତେବେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି ।