ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟ

ମ୍ୟାଚ୍ ଖେଳିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଋତୂପର୍ଣ୍ଣା ପଣ୍ଡା ଓ ଶ୍ୱେତାପର୍ଣ୍ଣା ପଣ୍ଡା । ଅଗଷ୍ଟ ୨୫-୩୧ ପର୍ଯ୍ୟନ୍ତ ଆୟୋଜିତ ପ୍ୟାରିସ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ, ଭାରତକୁ ରିପ୍ରେଜେଣ୍ଟ କରିବାକୁ ଯାଉଛନ୍ତି ଏହି ଦୁଇ ଭଉଣୀ । ସେଥିଲାଗି ଆଜି ଲୋକସେବା ଭବନରେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଏହି ଦୁଇ ଭାରତୀୟ ବ୍ୟାଡମିଣ୍ଟନ ତାରକା । ମୁଖ୍ୟମନ୍ତ୍ରୀ ମଧ୍ୟ ଉଭୟ ଖେଳାଳିଙ୍କୁ ଆଶୀର୍ବାଦ ଦେଇଥିଲେ ଏବଂ ସେମାନଙ୍କର ସଫଳତା କାମନା କରିଥିଲେ।