ଭୁବନେଶ୍ଵର: ଲାଞ୍ଚ ନେବା ବେଳେ ଧରାପଡ଼ିଲେ MCL ସବ୍ ଏରିଆ ମ୍ୟାନେଜର୍ । ସିବିଆଇ ଜାଲରେ MCL କୋଇଲା ଖଣିର ରାମପୁର ସବ୍ ଏରିଆ ମ୍ୟାନେଜର୍ ଅସିତ୍ କୁମାର । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ସିବିଆଇ ଟିମ୍ । ବିସ୍ଥାପିତଙ୍କ ବକେୟା ଟଙ୍କା ରିଲିଜ୍ ପାଇଁ ଲାଞ୍ଚ ନେଉଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ, MCL କୋଇଲା ଖଣିର ରାମପୁର ସବ୍ ଏରିଆ ମ୍ୟାନେଜର୍ ଅସିତ୍ କୁମାର ନିଜ କାର୍ଯ୍ୟଳୟରେ ଲାଞ୍ଚ ନେବା ସମୟରେ ସିବିଆଇ ହାତରେ ଧରା ପଡିଛନ୍ତି । ତାଙ୍କ ବିରୁଦ୍ଧରେ କୋଡିଏ ହଜାର ଟଙ୍କା ଲାଞ୍ଚ ନେବାର ଅଭିଯୋଗ ହୋଇଛି । ରାମପୁର ଡିସପେନସନରୀରେ କାର୍ଯ୍ୟକରି ନିଲମ୍ବିତ ହୋଇଥିବା ଥିବା ଜଣେ ୱାର୍ଡ ବୟଙ୍କର ନିଲମ୍ବନ ଆଦେଶ ଉଠାଇ ରେଗୁଲାର କରିବାକୁ ସେ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମାତ୍ର ୱାର୍ଡ ବୟ ଜଣଙ୍କ ୨୦ ହଜାର ଦେବ ବୋଲି କହିବାରୁ ରାଜି ହୋଇଥିଲେ ମ୍ୟାନେଜର । ଗତକାଲି ଜଣେ ଠିକାଦାରଙ୍କ ମାଧ୍ୟମରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଲା ସିବିଆଇ ।