ଚଳିତ ମାସ ୧୯ ତାରଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା

ଚଳିତ ମାସ ୧୯ ତାରଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ତୃଟିଶୁନ୍ୟ କରିବା ଉପରେ ଅଧିକ ଗୁରୁତ୍ତ୍ୱ ଦେଉଛି । ବିଶେଷ କରି ପ୍ରଶ୍ନପତ୍ର ଯେଭଳି ଲିକ ନ ହୁଏ ତାହା ଉପରେ ଅଧିକ ଗୁରୁତ୍ତ୍ୱ ପ୍ରଦାନ କରୁଛି । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆପଣାଇଛି ବୋର୍ଡ । ସେହିପରି ପ୍ରଶ୍ନପତ୍ରରେ କ୍ୟୁଆର କୋର୍ଡ ଓ ୱାଟର ମାର୍କର ମଧ୍ୟ ବ୍ୟବସ୍ଥା ହୋଇଥିବା ସୂଚନା ରହିଛି । ଫଳରେ ପ୍ରଶ୍ନପତ୍ର ଲିକ ହେଲେ ସହଜରେ ଧରାପଡିଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିବ । ପରେ ଏହାକୁ ନୋଡାଲ ସେଣ୍ଟରକୁ ପଠାଯିବ । ଏଥର ମାଟ୍ରିକ ପରୀକ୍ଷା ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିବେ । ପରୀକ୍ଷାକୁ ଶୃଙ୍ଖଳିତ ଭାବେ ପରିଚାଳନା ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।

Odisha BSE Matric Exam 2024 Date Announced - India Education | Latest  Education News | Global Educational News | Recent Educational News