ବରୀ(ସତ୍ୟଜିତ ବାରିକ): ଆଜିଠୁ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା । ପ୍ରଥମ ଥର ପାଇଁ ଓଡିଶା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (BSE) ଏକ ଭିନ୍ନ ଫର୍ମାଟରେ କରୁଛି ମାଟ୍ରିକ ପରୀକ୍ଷା । ଜାନୁୟାରୀ ୫ ରୁ ୮ ତାରିଖ ପର୍ଯ୍ୟନ୍ତ ଧରି ଏହି ପରୀକ୍ଷା ଚାଲୁ ରହିବ। ବରୀ ବ୍ଲକରେ ମଧ୍ୟ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଆରମ୍ଭ ହୋଇଯାଇଛି । ଏଥିପାଇଁ ୧୩ ଟି କେନ୍ଦ୍ରରେ ମୋଟ ୧୯୯୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ୫୦ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଜଣାଯାଇଛି । ପ୍ରଥମ ୩ ଦିନ ଦୁଇଟି ସିଟିଂରେ ଲିଖିତ ପରିକ୍ଷା ଏବଂ ଶେଷ ଦିନରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ତେବେ ବ୍ଲକର କୃପାସିନ୍ଧୁ ବିଦ୍ୟାଭବନକୁ ନୋଡାଲ କେନ୍ଦ୍ର ଭାବେ ଚୟନ କରାଯାଇଛି । ପ୍ରଶ୍ନପତ୍ରରେ କୌଣସି ବିଭ୍ରାଟ ନ ହେବା ପାଇଁ ପୋଲିସ ମୁତୟନ କରାଯାଇଛି। ସେହିପରି କୋଭିଡ କଟକଣାକୁ ମଧ୍ୟ କଡାକଡି ଭାବେ ପାଳନ କରାଯାଇଛି ।