ଭୁବନେଶ୍ୱର: ମେ ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ ପାଇଁ କିଛି ଅସୁବିଧା ନାହିଁ । ଗ୍ରେସ ମାର୍କ ନେଇ ପରିଚାଲନା କମିଟି ନିଷ୍ପତ୍ତି ନେବ । ରେଜଲ୍ଟ ବାହାରିବା ଦିନ ପିଲାଙ୍କୁ ମିଳିବ ସାର୍ଟିଫିକେଟ । ୱାଟର ମାର୍କ , ଏଆଇ ,କ୍ୟୁଆର କୋଡ ସଫଳତା ମିଳିଛି ।
ସୂଚନା ଅନୁଯାୟୀ , ମାର୍ଚ୍ଚ ୧୯ରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ ହୋଇଥିଲା। ୩୦ ଜିଲାରେ ୩୧୩୩ ପରୀକ୍ଷା କେନ୍ଦ୍ର ସହ ୩୧୪ଟି ନୋଡାଲ୍ ସେଣ୍ଟର ବ୍ୟବସ୍ଥା କରାଯାଇଥିଲା। ସବୁ ସେଣ୍ଟରରେ ସିସିଟିଭି ଲାଗିଥିବା ବେଳେ ୬୦୦ ସେଣ୍ଟରରେ ଲାଇଟ୍ ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ମୋଟ ୫ ଲକ୍ଷ ୧୦ ହଜାର ୭୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।