ବିଧାନସଭା ପ୍ରଶ୍ନକାଳରେ ଉଠିଲା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ:୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି
ଭୁବନଶ୍ୱର:ବିଧାନସଭା ପ୍ରଶ୍ନକାଳରେ ଉଠିଲା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ । ସୋମବାର ବିରୋଧୀ ଦଳ ନେତାମାନେ ଗୃହରେ ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଉଠାଇବା ସହିତ ଜୋରଦାର ହଙ୍ଗାମା କରିଛନ୍ତି । ଫଳରେ ଗୃହକୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।ବିଧାନସଭା ପ୍ରଶ୍ନକାଳରେ ବିଜେପି ପକ୍ଷରୁ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଗୃହରେ ଭାଇରାଲ ହେଉଥିବା ପ୍ରଶ୍ନପତ୍ର ଦେଖାଇ, ପିଲାଙ୍କ ଭବିଷ୍ୟତ ସହ ସରକାର ଖେଳ ଖେଳୁଛନ୍ତି ବୋଲି ଗୃହରେ ନାରାବାଜି କରିଥିଲେ ବିଜେପି ସଦସ୍ୟ । ଏନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ ବିଜେପି ସଦସ୍ୟ । ତେବେ ବିଜେପି ସଦସ୍ୟଙ୍କ ସହ କଂଗ୍ରେସ ସଦସ୍ୟମାନେ ମଧ୍ୟ ଯୋଗ ଦେଇ ଗୃହ ମଧ୍ୟ ଭାଗରେ ନାରାବାଜି କରିଥିଲେ । ଏହାପରେ ଗୃହକୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହ ମୁଲତବି କରିଛନ୍ତି ବାଚସ୍ପତି ।