ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ରାଇରଙ୍ଗପୁରରେ ପାଳିତ ହୋଇଯାଇଛି ମଥୁରାସିନୀ ମହୋତ୍ସବ । ଏହି ପର୍ବକୁ ବୈଶ୍ୟ ସମାଜର ମାହୁରା ସଂପ୍ରଦାୟ ବ୍ୟକ୍ତି ବମାନେ ବେଶ ଧୁମଧାମରେ ପାଳନ କରିଥାନ୍ତି । ମଥୁରାସିନୀ ମାଙ୍କୁ ଏହି ସଂପ୍ରଦାୟର ଲୋକ ମାନେ କୂଳ ଦେବି ଭାବରେ ପୂଜା କରିଥାନ୍ତି । ସେମାନଙ୍କର ମା’ ମଥୁରାସିନୀ ହେଉଛନ୍ତି ଆଦ୍ୟାଦେବୀ । ଯିଏକି ଲକ୍ଷ୍ମୀ ସ୍ୱରୂପା ଅଟନ୍ତି। ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁରରେ ମାହୁରୀ ବୈଶ୍ୟ ମଣ୍ଡଳ ସଂପ୍ରଦାୟର କୂଳଦେଵୀ ମା’ମଥୁରାସିନୀ ପୂଜା ସମିତି ଆନୁକୁଲ୍ୟରେ ଧୂମଧାମରେ ମା’ଙ୍କ ୧୮ ତମ ବାର୍ଷିକ ପୂଜାତ୍ସୋବ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ସହରର ଅଁଳାଡୁବା ସ୍ଥିତ ରାଧାକୃଷ୍ଣ ମନ୍ଦିର ପାଖରୁ ଶ୍ରଦ୍ଧାଳୁମାନେ ଏକ ସୁସଜ୍ଜିତ ରଥରେ ମା’ଙ୍କ ରୂପରେ ଏକ ଶିଶୁ କନ୍ୟାକୁ ବସାଇ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ଶହ ଶହ ମହିଳା ପୁରୁଷ ଶ୍ରଦ୍ଧାଳୁ ସୁନ୍ଦର ବେଶଭୂଷାରେ ନିଶାନ ଧରି ସହର ପରିକ୍ରମା କରି ରାଇରଙ୍ଗପୁର ଖଡଗେଶ୍ବର ମନ୍ଦିର ପହଞ୍ଚିଥିଲେ । ମନ୍ଦିର ପ୍ରାଙ୍ଗଣରେ ଥିବା ମା’ ମଥୁରାସିନୀଙ୍କ ସ୍ଥାପିତ ମନ୍ଦିରରେ ସେଠାରେ ବିଶିଷ୍ଟ ପୂଜକ ଅବଧେଶ ମିଶ୍ରଙ୍କ ଏବଂ ସହଯୋଗୀଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିଲା । ଶ୍ରଦ୍ଧାଳୁ , ମାନସିକଧାରୀ ମାନେ ପୂଜାର୍ଚ୍ଚନା କରିବା ସହିତ ଶ୍ରଦ୍ଧାଳୁମାନଙ୍କୁ କମିଟି ତରଫରୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । କାର୍ୟ୍ୟକ୍ରମକୁ ଶିବମ ସେଠ, ରିତେଶ ରାମ, ଜୈନେନ୍ଦ୍ର ରାମ, ଜନାର୍ଦ୍ଦନ ରାମ, ବୀରେନ୍ଦ୍ର ରାମ, ଜୀତେନ୍ଦ୍ର ରାମ, ନିରଞ୍ଜନ ରାମ,ଅଜୟ ରାମ,ବିଜୟ ରାମ, ସୁଭଦ୍ରା ରାମ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।