ନୂଆବର୍ଷରୁ ଏସି ସେଡ୍ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

0

ପୁରୀ : ପୁରୀରେ ଜୋରସୋରରେ ଚାଲିଛି ଏସି ସେଡ ନିର୍ମାଣ କାମ । ନୂଆ ବର୍ଷରୁ ଏହି ଏସି ସେଡ ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ ଶ୍ରଦ୍ଧାଳୁ । ଏଥି ପାଇଁ ଆସନ୍ତା କାଲି ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ବର୍ଷରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ କୁହାଯାଇଛି । ମରିଚକୋଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଏହି ସେଡ କରାଯାଇଛି । ସେଡ଼ ଭିତର ଦେଇ ଯାଉଥିବା ଭକ୍ତ ବିଶ୍ରାମ କରିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।

ବଡ଼ଦାଣ୍ଡରେ ଶୀତତାପ ନିୟନ୍ତ୍ରିତ ସେଡ୍‌‌ ତିଆରି ହେଉଛି। ଶୁକ୍ରବାର କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଶେଡ୍‌‌ ନିର୍ମାଣ ବୁଲି ଦେଖିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ ଭକ୍ତଙ୍କ ଲାଗି ପ୍ରସ୍ତୁତ ଚାଲିଥିବା ଅଭ୍ୟର୍ଥନା କେନ୍ଦ୍ର ଅନୁଧ୍ୟାନ କରିଛନ୍ତି। ନୂଆବର୍ଷ ପାଇଁ ପୁରୀ ପୁଲିସ ପକ୍ଷରୁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଅନ୍ୟପକ୍ଷରେ ଭକ୍ତଙ୍କ ଶୃଙ୍ଖଳିତ ଏବଂ ସୁରକ୍ଷିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ ନିଆଯାଇଥିବା ବ୍ୟବସ୍ଥା ସମ୍ପର୍କରେ ଏସ୍‌‌ପି ଡ. କନୱର ବିଶାଲ ସିଂ ଗଣମାଧ୍ୟମକୁ ସୂଚନା ଦେଇଥିଲେ।