ମୋ ସ୍କୁଲ” ନାଁରେ ବଡ଼ ଧରଣର ସାଇବର ଠକେଇ

ଭୁବନେଶ୍ୱର( ଆଦର୍ଶ ରାଉତ ) :-ମୋ ସ୍କୁଲ” ନାଁରେ ବଡ଼ ଧରଣର ସାଇବର ଠକେଇ । ନକଲି ୱେବସାଇଟ ପ୍ରସ୍ତୁତ କରି ଆଶାୟୀଙ୍କୁ ଠକୁଛନ୍ତି ସାଇବର ଲୁଟେରା ।ପୋଲିସ୍ କମିଶନର ଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କଲେ ଗଣଶିକ୍ଷା ବିଭାଗ ସଚିବ ଅଶ୍ଵଥି ଏସ ।ଏହି ନକଲି ୱେବସାଇଟ ରେ ମୋ ସ୍କୁଲ ଅଫିସ ରେ ଡାଟା ଏଣ୍ଟ୍ରି ଅପରେଟର,ପିଅନ,ଅଫିସ ଆସିଷ୍ଟାଣ୍ଟ ଇତ୍ୟାଦି ପୋଷ୍ଟ ପାଇଁ ନକଲି ଵିଜ୍ଞାପନ ଦେଇଛନ୍ତି ସାଇବର ଠକ ।ଚାକିରୀ ପାଇଁ ଆଶାୟୀଙ୍କ ଠୁ ମୋଟା ଅଙ୍କର ଅର୍ଥ ମଧ୍ୟ ଦାବି କରୁଛନ୍ତି ।ମୋ ସ୍କୁଲ.ଅନଲାଇନ” ନା ରେ ପ୍ରସ୍ତୁତ ହେଈଛି ଏହି ନକଲି ୱେବସାଇଟ । ମୋ ସ୍କୁଲ ର ଅସଲି ୱେବସାଇଟ “ମୋ ସ୍କୁଲ.ଇନ୍” ରେ ପଡୁଥିବା ସମସ୍ତ ତଥ୍ୟ କୁ କପି କରି ଏହି ନକଲି ୱେବସାଇଟ ରେ ସମସ୍ତ ତଥ୍ୟ ଅପଲୋଡ଼ କରି ଏହି ନକଲି ୱେବସାଇଟ କୁ ଅସଲି ଭଳି ପରିଣତ କରୁଛନ୍ତି ଠକ ।ଆଶାୟୀ ନକଲି ୱେବସାଇଟ କୁ ଅସଲି ଭାବି ଠକାମୀର ଶିକାର ହେଉଛନ୍ତି ।ସାଇବର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି ।ମୋ ସ୍କୁଲ ପରିଚାଳନା ଅଭିଯାନ ସଂଗଠନ ପକ୍ଷରୁ ସାଇବର ଥାନାରେ ଏନେଇ ଲିଖିତ ଅଭିଯୋଗ ପରେ ସାଇବର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।