ଆବଶ୍ୟକ ସାମଗ୍ରୀ: ପାଣିରେ ଭିଜା ହୋଇରହିଥିବା ମସୁର ଡାଲି, ସିଝା ଆଳୁ, ବ୍ରେଡ୍ କ୍ରମ୍ସ, କଟା ଧନିଆପତ୍ର, କଟା ଅଦା, କଟା କଞ୍ଚାଲଙ୍କା, ଧନିଆ ପାଉଡର, ଗରମ ମସଲା, ହେଙ୍ଗୁ, ଲଙ୍କା ଗୁଣ୍ଡ, ଲୁଣ ଓ ତେଲ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ସିଝା ଆଳୁ, ଭିଜା ମସୁର ଡାଲି, ଲଙ୍କା ଗୁଣ୍ଡ, ଲୁଣ, ଗରମ ମସଲା, କଟା ଅଦା, କଟା ଧନିଆ ପତ୍ର, ଧନିଆ ପାଉଡର, ହେଙ୍ଗୁ ଓ କଟା କଞ୍ଚା ଲଙ୍କାକୁ ନେଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
ବର୍ତ୍ତମାନ ଏହି ମିଶ୍ରଣକୁ ମନ ପସନ୍ଦର ଆକୃତି ଦେଇ ବ୍ରେଡ୍ କ୍ରମ ଲଗାଇ ରଖି ଦିଅନ୍ତୁ । ଏବେ କଡ଼େଇରେ ତେଲ ଗରମ କରି ସେଗୁଡ଼ିକୁ ଛାଣିଦିଅନ୍ତୁ । ହାଲକା ଲାଲ୍ ହୋଇଗଲେ ସେଗୁଡ଼ିକୁ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ “ମସୁର ଡାଲି କଟଲେଟ୍’ । ଏହାକୁ ପୋଦିନା ଚଟଣୀ କିମ୍ବା ଟମାଟୋ ଓ ଚିଲି ସସ୍ ସହିତ ପରଷନ୍ତୁ ।