ତରଙ୍ଗେଲ ଗାଁରେ ୨୧ବର୍ଷ ପରେ ମେରିଆ ପର୍ବ ଅନୁଷ୍ଠିତ

କେଉଁ ପୁରାତନ କାଲରୁ ଆଦିବାସୀ ମାନେ ନିଜର ଧରଣୀପେନୁ ତଥା ପ୍ରକୃତି ରାଣୀ ବଣ, ପାହାଡ଼, ଝରଣାକୁ ପୂଜାର୍ଚନା କରି ଆସୁଛନ୍ତି l ସେ ମାନେ ପୂର୍ବରୁ ପ୍ରକୃତ ପୂଜା ଉପରେ ବିଶ୍ୱାସ କରୁଥିବା ବେଳେ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି l ଏଥିରୁ ଅନ୍ୟତମ ଆଦିବାସୀ ଙ୍କ ନିଆରା ପରମ୍ପରା ଟୋକି ପର୍ବ ବା  ମେରିଆ ପର୍ବ l ଉକ୍ତ ଅଞ୍ଚଳରେ ଏହି ପର୍ବକୁ ପୌଷ ମାସରେ ହିଁ ପାଳନ କରିଥାନ୍ତି ସେହି ଭଲି ଆଜି ୨୧ବର୍ଷ ପରେ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବାଣପାହାଡ଼ ଘେରା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ତରଙ୍ଗେଲ ଗାଁରେ l ଏହି ଟୋକି ମରା ପର୍ବ ତଥା ମେରିଆ ପର୍ବ ରବିବାର ଶାନ୍ତି ଶୃଙ୍ଖଳାର ସହିତ ଉଯାପିତ ହୋଇଯାଥିବା ବେଳେ ଏନେଇ ତରଙ୍ଗେଲ ଗାଁ ଉତ୍ସର୍ବ ମୁଖର ହୋଇଉଠିଛି l ଏହି ଅବସରରେ ଗାଁ ଧରଣୀପେନୁ ଦେବି ସମେତ ସମସ୍ତ ଦେବାଦେବୀଙ୍କ ଶକ୍ତି ପିଠ ଗୁଡିକରେ ରୀତିନୀତି ଅନୁଯାଇ ଆଦିବାସୀ ଙ୍କ ମନ୍ତ୍ର ପାଠରେ ପୂଜାର୍ଚନା କରାଯାଇଥିଲା l

ଆଦିବାସୀଙ୍କ ବିଶ୍ୱାସ ପୂର୍ଵପୁରୁଷରୁ ରହି ଆସିଛି ଏହି ମେରିଆ ପର୍ବରେ ଗୃହପାଳିତ ପଶୁ ପକ୍ଷୀ ମାନଙ୍କୁ ବଳି ଦେବା ଦ୍ୱାରା ଗାଁର ରୋଗଶୋକ ଦୂର ହେବା ଶହ ପୋଡୁ ଚାଷ ତଥା କ୍ଷେତରେ ଭଲ ଫସଲ ଅମଳ ହୁଏ ବୋଲି l ଏନେଇ ମୁଖ୍ୟ ପୂଜକ ତଥା ଗାଁ ଯାନୀ ସୋମବାରା ମାଝୀ,ପାଠ ଯାନୀ ସନା ମାଝୀ ସମେତ ଗାଁ ମୁଖିଆ ଶୁକ୍ରୁ ମାଝୀ ରୀତିନୀତି ଅନୁସାରେ ପୂଜାର୍ଚନା କରିଥିବା ବେଳେ  ପୁରାତନ ଯୁଗର ଆଦିବାସୀ ଙ୍କ ମନ୍ତ୍ର ପାଠରେ ଅଞ୍ଚଳଟି ପ୍ରକମ୍ପିତ ହୋଇଥିଲା l ଆଦିବାସୀଙ୍କ ନିଶାନ ବିର ବାଦ୍ୟରେ ଗାଁଟି ଗର୍ଜିଉଠିଥିବା ବେଳେ ଆସିଥିବା ଅତିଥି ମାନଙ୍କୁ  ସନ୍ନମାନର ସହିତ ଖଟିଆ ଉପରେ ବସାଇ କାନ୍ଦରେ ବୋହି ନାଚଗୀତରେ ନାଚିନାଚି ମନ୍ଦିର ବେଡ଼ା ଚାରିପାର୍ଶରେ ପରିକ୍ରମା କରିବା  ଏକ ନିହାର ପରମ୍ପରା ରହିଛି  l ଏହି ମେରିଆ ପର୍ବରେ ରାଜୁ ମାଝୀ, ନବୀ ମାଝୀ, ପ୍ରଶାନ୍ତ ମାଝୀ, ଲାଚାନା ମାଝୀ, ଜୟ ମାଝୀ, ଜଗନ୍ନାଥ ମାଝୀ, ରବି ମାଝୀ ସମେତ ତରଙ୍ଗେଲ ଗାଁର ସମସ୍ତ ଯୁବ ଗୋଷ୍ଟି ସହଯୋଗ କରିଥିଲେ l