ଟୋକିଓ: ମେରିକୋମ୍ କଲମ୍ବିଆ ପ୍ରତିଦ୍ୱନ୍ଦି ଇଙ୍ଗରିତ ଭେଲେନ୍ସିଆଙ୍କ ଠାରୁ ହାରିଯାଇଛନ୍ତି । ମହିଳା ବକ୍ସିଂ ଆଜି ପ୍ରି କ୍ୱାର୍ଟର ଫାଇନାଲରେ ମ୍ୟାରିକମଙ୍କ ମୁକାବିଲା କଲୋମ୍ବିଆର ଇଙ୍ଗରିତ ଲୋରେନା ଭାଲେନସିଆ ଭିକ୍ଟୋରିଆଙ୍କ ସହ ହୋଇଥିଲା। ବିଶ୍ୱ ଚାମ୍ପିୟନଶିପରେ ମ୍ୟାରିକମ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଏହି ମ୍ୟାଚ୍କୁ ସେ ସହଜରେ ଜିତି ନେବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଇଙ୍ଗରିତ ଏହା କରିବାକୁ ଦେଇ ନଥିଲେ। ସେ ମ୍ୟାରିକମଙ୍କୁ ୩:୨ ବାଉଟରେ ହରାଇ ଦେଇଛନ୍ତି। ଏହି ପରାଜୟ ସହ ଚଳିତ ଅଲିମ୍ପିକ୍ସରେ ମ୍ୟାରିକମଙ୍କ ଅଭିଯାନ ମଧ୍ୟ ଶେଷ ହୋଇଯାଇଛି।