ନୂଆଦିଲ୍ଲୀ : ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଶୋର୍ଡ ମାରିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ରୋଞ୍ଜ ପଦକ ମ୍ୟାଚ୍ରେ ଦଳ ହାରିଯିବା ପରେ କୋଚ୍ ଭାବରେ ଅଲିମ୍ପିକ୍ସ ତାଙ୍କର ଶେଷ ଟୁର୍ନାମେଣ୍ଟ ଥିଲା ବୋଲି ସୋର୍ଡ ମାରିନ ଶୁକ୍ରବାର ଦିନ ଘୋଷଣା କରିଛନ୍ତି। ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ରହିବା ଶୋର୍ଡଙ୍କ ପ୍ରଶିକ୍ଷଣକୁ ଶ୍ରେୟ ଦିଆଯାଉଛି । ଉଭୟ ମାରିନ ଏବଂ ଦଳର ଆନାଲିଟିକାଲ୍ କୋଚ୍ ଜାନେକା ସୋପମ୍ୟାନଙ୍କ କାର୍ୟ୍ୟକାଳ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ଦ୍ୱାରା ବୃଦ୍ଧି କରାଯାଇଥିଲା । କିନ୍ତୁ ବ୍ୟକ୍ତିଗତ କାରଣ ହେତୁ ମୁଖ୍ୟ ପ୍ରଶିକ୍ଷକ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସୂଚନା ଥାଉ କି ୧୬ ମାସ ଧରି ଘରକୁ ଯାଇ ନ ଥିବା ସୋର୍ଡ ମାରିନଙ୍କୁ ୨୦୧୭ ରେ ଭାରତୀୟ ମହିଳା ଦଳର କୋଚ୍ ଭାବରେ ନିଯୁକ୍ତ କରାଯାଇଥିଲା। ଏହା ପରେ ତାଙ୍କୁ ପୁରୁଷ ଦଳର କୋଚ୍ କରାଯାଇଥିଲା।