ମାଓବାଦୀଙ୍କ ଉନ୍ମୁକ୍ତ କାଣ୍ଡ: ଉଡାଇଦେଲେ ରେଳ ଲାଇନ

ରାଉରକେଲା: ଥମୁନି ମାଓବାଦୀଙ୍କ ଉନ୍ମୁକ୍ତ କାଣ୍ଡ । ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରି ସାରା ରାଜ୍ୟରେ ଖେଳାଉଛନ୍ତି ଆତଙ୍କ । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡର ଚକ୍ରଧରପୁର ଅଞ୍ଚଳରେ । ସ୍ଥନୀୟ ସୋନୁଆଁ ରେଳ ଷ୍ଟେସନରେ ବିସ୍ଫୋରଣ କରି ଟ୍ରେନ ଟ୍ରାକକୁ ଛଡାଇ ଦେଇଛନ୍ତି ମାଓବାଦୀ । ଫଳରେ ହାୱଡା-ମୁମ୍ବାଇ ଯାତାୟତ ବାଧାପ୍ରାପ୍ତ ହେବା ସହ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ତେବେ ଖବର ପାଇ ରେଳବାଇର ବରିଷ୍ଠ ଅଧିକାରୀ ଏବଂ ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ଷ୍ଟେସନ ନିକଟରେ ଏକ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।