ମାଓବାଦୀ ଙ୍କ ସୁରକ୍ଷିତ ସ୍ଥାନ ପାଲଟିଛି ମାତାକୁପା ଜଙ୍ଗଲ। ପୁଣି ବୌଦ୍ଧ ଜିଲ୍ଲା ରେ ମାଓ ଡମ୍ଫ ଠାବ, ବିପୁଳ ମାଓ ସାମଗ୍ରୀ ଜବଦ । ଓଡିଶା ପୋଲିସ ମହାନିର୍ଦେଶକ,ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନକ୍ସଲ ବିରୋଧୀ ଅଭିଯାନ ବର୍ତମାନ ଜାରି ରହିଥିବା ବେଳେ ଏହି ଆଧାରରେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମାତାକୁପା ସଂରକ୍ଷିତ ଜଙ୍ଗଲରେ ରେ ଏସଓଜି, ଡିଭିଏଫ ଯବାନ, ବୋମା ନିଷ୍କ୍ରିୟ କାରି ଦଳ ଏକ ମିଳିତ ଉଦ୍ୟମ ରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ।

ଅପରେସନରେ ମନମୁଣ୍ଡା ଥାନା ଅନ୍ତର୍ଗତ ମାତାକୁପା ଜଙ୍ଗଲ କାନାଗୁନ୍ ଗ୍ରାମ ନିକଟ ରୁ ଏକ ମାଓବାଦୀ ଡମିଂ ପଏଣ୍ଟ ଥିବା ଜାଣିବାକୁ ପାଇଥିଲେ । ସେନେଇ ସୁରକ୍ଷା ବାହିନୀ ଓ ବୋମା ନିଷ୍କ୍ରିୟ କାରି ଦଳ ଡମିଂ ପଏଣ୍ଟ ରେ ପହଂଚି ଡମ୍ପ ରୁ କଡା ସୁରକ୍ଷା ବଳୟ ରେ ଘୁଙ୍ଗୁର, ନକ୍ସଲ ୟୁନିଫ୍ରମ, ଡିଟନଟର, ବ୍ରାଉନ ଜୋତା, ମାଓ ବହି, ଢୋଲ, ବ୍ୟଟେରୀ ଚାର୍ଜ, ଆରିପାତି, ଭଳି ବିପୁଳ ମାଓ ସାମଗ୍ରୀଗୁଡିକୁ ଉଦ୍ଧାର କରିଥିବା ନେଇ ବୌଦ୍ଧ ଏସପି ରାହୁଲ ଗୋଏଲ ଙ୍କ ଠୁ ପ୍ରେସ ସୂଚନା ମିଳିଛି।