ବିସ୍ଫୋରଣରେ ରେଳଧାରଣା ଉଡାଇ ଦେଲେ ମାଓବାଦୀ , ପ୍ରଭାବରେ ରେଳ ଚଳାଚଳ ବନ୍ଦ

(ମାଲକାନଗିରି ) : ପୁଣି ମାଓ ହିଂସା । ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ଲୋଟା ପାହାଡ ସୋନୁଆ ମଝିରେ ଥିବା ରେଳ ଧାରଣାକୁ ଉଡାଇ ଦେଲେ ମାଓବାଦୀ । ପ୍ରାୟ ୨ ମିଟର ପର୍ଯ୍ୟନ୍ତ ରେଳ ଧାରଣାକୁ ବିସ୍ଫୋରଣରେ କରି ଉଡାଇ ଦେଇଥିବା ବେଳେ ଏହାର ପ୍ରଭାବରେ ହାୱଡା-ମୁମ୍ବାଇ ଭାୟା ରାଉରକେଲାରେ ରେଳ ଚଳାଚଳ ବନ୍ଦ ରହିଛି। ଘଟଣାସ୍ଥଳରେ ରେଳଓ୍ୱ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି। ସେହିପରି ଘଟଣା ଘଟିଥିବା ସ୍ଥାନ ନିକଟରେ ଏକ ମାଓ ପୋଷ୍ଟର ମରାଯାଇଥିବାର ଦେଖିବାକୁ ମିଳିଛି । ଭାରତ ବନ୍ଦକୁ ସମର୍ଥନ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି ।

ସୂଚାନୁଯାୟୀ , ଏହା ପୂର୍ବରୁ ମାଓବାଦୀମାନେ ଅପରେଶନ ପ୍ରହାରକୁ ବିରୋଧ କରି ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ୩୦ ନମ୍ବର ଜାତୀୟ ରାଜପଥ ଏରାବୋର ଠାରେ ଲାଲବାହିନୀ ଏହି ହିଂସାକାଣ୍ଡ ଘଟାଇଛନ୍ତି।