ମାଓ ହିଂସା ପଣ୍ଡ : ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେତୁ ଦିନକୁ ଦିନ ବୃଦ୍ଧି ପାଉଛି ମାଓ ହିଂସାକାଣ୍ଡ ।

(ମାଲକାନଗିରି) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେତୁ ଦିନକୁ ଦିନ ବୃଦ୍ଧି ପାଉଛି ମାଓ ହିଂସାକାଣ୍ଡ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ପରେ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଲୁଚାଇ ରଖିଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିଛନ୍ତି ବିଏସଏଫ୍ ଓ ଡିଭିଏଫ୍ ଯବାନ। ତେବେ ଆସନ୍ତା ୨୪ତାରିଖ ଦିନ ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହି ଅଞ୍ଚଳରୁ କୌଣସି ହିଂସାକାଣ୍ଡ ଘଟଣା ଏଡାଇବାକୁ ସର୍ଚ୍ଚ ଅପରେସନ ଜୋରଦାର୍ କରାଯାଇଛି।

ସୂଚନାନୁଯାୟୀ, ତେବେ ରବିବାର ଯବାନମାନଙ୍କ ପକ୍ଷରୁ ଯୋଡାମ୍ବ ଥାନା ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ନଦମେଞ୍ଜରୀ ଗ୍ରାମ ନିକଟ ଜଙ୍ଗଲରେ  ଟିଫିନ୍ ବୋମା, ପ୍ରେସର ବୋମା, କଡେକ୍ସ ତାର, ଡିଟେନେଟର, ବ୍ୟାନର, ବ୍ୟାଟେରୀ ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ଏସ.ପି ନୀତିଶ ୱଧାନୀ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।