ପୁଣି ମାଓବାଦୀଙ୍କ ଧମକପୂର୍ଣ୍ଣ ବ୍ୟାନର
ନିର୍ବାଚନ ଯେତେ ପାଖେଇ ଆସୁଛି ଦିନକୁ ଦିନ ମାଓବାଦୀଙ୍କ ଉପସ୍ଥିତି ସେତେ ଜାହିର ହେବାକୁ ଲାଗିଛି ।
(ବାଲିଗୁଡା) : ନିର୍ବାଚନ ଯେତେ ପାଖେଇ ଆସୁଛି ଦିନକୁ ଦିନ ମାଓବାଦୀଙ୍କ ଉପସ୍ଥିତି ସେତେ ଜାହିର ହେବାକୁ ଲାଗିଛି । ଏହାରି ମଧ୍ୟରେ ବାଲିଗୁଡ଼ାରେ ପୁଣି ଲାଗିଲା ଧମକପୂର୍ଣ୍ଣ ମାଓ ପୋଷ୍ଟର ଓ ବ୍ୟାନର। କୋଟଗଡ଼ ଥାନା ଅନ୍ତର୍ଗତ ରଡିଗୁମା ସ୍କୁଲ ପାଖରେ ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି।
ସୂଚନାନୁଯାୟୀ , ଏହି ପୋଷ୍ଟର ମାଧ୍ୟମରେ ଦରଦାମ ବୃଦ୍ଧି, ବେରୋଜଗାର ଦମନ, ବିସ୍ଥାପନକୁ ବିରୋଧ, ଜଙ୍ଗଲ ଜମି ପଟ୍ଟା ଓ ପେସା ଆଇନ ଲାଗୁ କରିବା ଭଳି ମୌଳିକ ଆବଶ୍ୟକତା ଦାବି କରାଯାଇଛି। ପୋଷ୍ଟର ପରେ ଗାଁରେ ଭୟର ବାତାବରଣ ଦେଖିବାକୁ ମିଳିଛି।