ସୋନପୁର: ୧୧ କେଜି ଗଞ୍ଜେଇ ସହ ଜଣଙ୍କୁ ଗିରଫ କରିଛି ମନମୁଣ୍ଡା ପୋଲିସ । ଗିରଫ ବେପାରି ଜଣଙ୍କ ହେଉଛନ୍ତି ଅଞ୍ଜନ କହଁର ବୟସ ୨୨ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଆଜି ସକାଳୁ ମୁନମୁଣ୍ଡା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଷେଶ ସୂତ୍ରରୁ ଖବର ପାଇ ଏସାଇ ସେବତି ନାଏକଙ୍କ ନେତୃତ୍ୱରେ ଏକ ଟିମ ଯାଇ ଏକ ଗାଡିକୁ ସନ୍ଦେହରେ ଅଟକାଇ ତଲାସିବାରୁ ସେଥିରୁ ୧୧ କେଜି ଗଞ୍ଜେଇ ବାହାରି ଥିଲା । ପରେ ସେହି ଗଞ୍ଜେଇ ସହ ଅଞ୍ଜନ କହଁରଙ୍କୁ ପୋଲିସ ଗିରଫ କରି କେସ ନଂ ୭୪ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ।