ମଣିପୁର ଉଲଗ୍ନ ଭିଡିଓ, ଚାରି ଅଭିଯୁକ୍ତ ଗିରଫ

ମଣିପୁରରେ ହୋଇଥିବା ଲଜ୍ଜାଜନକ ଘଟଣା ସାରା ଦେଶକୁ ଦୋହୋଲେଇ ଦେଇଛନ୍ତି । ଯେଉଁଭଳି ୨ ମହିଳାଙ୍କୁ ବିବସ୍ତ୍ର କରି ବିଚ୍ ରାସ୍ତାରେ ଚଲା ଯାଇଛି । ଭିଡିଓ ଭାଇରାଲ ହେବା ପରେ ଦେଶରେ ଦେଶରେ ଅଲୋଡା ସୃଷ୍ଟି ହୋଇଛି । ଏହା ସମାଜ ପାଇଁ ଅତି ନିନ୍ଦନୀୟ । ମହିଳାଙ୍କ ପ୍ରତି ହୋଇଥିବା ଅନ୍ୟୟ ଏହି ଘଟଣା ପରେ ଦେଶର ମୁଣ୍ଡ ତଳକୁ ହୋଇଯାଇଛି । ମଣିପୁର ହିଂସାକାଣ୍ଡରେ କଳା ଫର୍ଦ୍ଦ ଯୋଡ଼ିଛି ମହିଳାଙ୍କୁ ଯୌନ ନିର୍ୟାତନା ଘଟଣା । ଗତ ମେ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ କିଛି ଲୋକ, ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଏବଂ ଯୌନ ନିର୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ନିର୍ୟାତନା ସମୟର ଭିଡିଓ ଭାଇରାଲ ହେବା ପରେ ସବୁଠି ତୀବ୍ର ହେଉଛି ବିରୋଧର ସ୍ୱର । ସାରା ଦେଶରେ ଏଭଳି ଘଟଣାକୁ କଡା ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କୁ କଦାଚିତ୍ ଛଡାଯିବନାହିଁ ବୋଲି କହିଛନ୍ତି । ମଣିପୁରର ଜଣେ ଅଭିଯୁକ୍ତ ଗତ କାଲି ଗିରଫ ହେଇଥିବା ବେଳେ । ଆଜି ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି ।