ନୂଆଦିଲ୍ଲୀ: ମଣିପୁରରେ ଯେଉଁଭଳି ମହିଳାଙ୍କ ସହ ଯେଉଁଭଳି ଅଭାବନୀୟ ଘଟଣା ଘଟିଛି ତାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ବଢିବାରେ ଲାଗିଛି । ମେଇତି ଏବଂ କୁକି ସଂପ୍ରଦାୟ ଲୋକ ଇମ୍ଫାଲ ଠାରୁ ଆରମ୍ଭ କରି ଚୁରାଚନ୍ଦ୍ରପୁର, ବିଷ୍ଣୁପୁର ଏବଂ ଅନ୍ୟାନ୍ୟ ଜିଲ୍ଲାରେ ପୁଣି ମୁହାଁମୁହିଁ ହୋଇଥିବା ଖବର ସାମ୍ନାକୁ ଆସିଛି। ଭାଇରାଲ ହେଇଥିବା ଭିଡିଓରେ ମହିଳା ମାନେ ହେଉଛନ୍ତି କୁକି ସଂପ୍ରଦାୟର ସେଥିପାଇଁ ମେଇତି ଲୋକଙ୍କ ବିରୋଧରେ କୁକି ସଂପ୍ରଦାୟ ପ୍ରତିଶୋଧ ପରାୟଣା ହୋଇପଡ଼ିଛିନ୍ତି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏପରିକି ପଡ଼ୋଶୀ ରାଜ୍ୟ ମିଜୋରାମରେ ମଧ୍ୟ ମେଇତି ସଂପ୍ରଦାୟକୁ ବିରୋଧ କରିବା ଆରମ୍ଭ ହୋଇଛି। ମେଇତି ଲୋକ ତୁରନ୍ତ ରାଜ୍ୟ ଛାଡିବାକୁ ଏହି ସଂଗଠନ ପକ୍ଷରୁ ଧମକ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ମଣିପୁର ସରକାରଙ୍କ ଚିନ୍ତା ଆହୁରି ବଢିଛି।