ଆରମ୍ଭ ହେଲା Mango on Wheel କାର୍ଯ୍ୟକ୍ରମ, ସୁଆଦିଆ ଆମ୍ୱ ସୁଲଭ ଦରରେ ପ୍ରତି ଗାଁରେ ମିଳିବ

ଆରମ୍ଭ ହେଲା Mango on Wheel କାର୍ଯ୍ୟକ୍ରମ । ରଜ ସାବିତ୍ରୀକୁ ଦୃଷ୍ଟିରେ ରଖି ଅନୁଗୁଳ ପ୍ରଶାସନ ଆରମ୍ଭ ପକ୍ଷରୁ ଆରମ୍ଭ ହୋଇଛି Mango on Wheel କାର୍ଯ୍ୟକ୍ରମ ।

(ଅନୁଗୁଳ) : ଆରମ୍ଭ ହେଲା Mango on Wheel କାର୍ଯ୍ୟକ୍ରମ । ରଜ ସାବିତ୍ରୀକୁ ଦୃଷ୍ଟିରେ ରଖି ଅନୁଗୁଳ ପ୍ରଶାସନ ଆରମ୍ଭ ପକ୍ଷରୁ ଆରମ୍ଭ ହୋଇଛି Mango on Wheel କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ଜୁନ୍ ୧୫ ତାରିଖ ଚାଲିବ । ଭଳିକି ଭଳି ସୁଆଦିଆ ଆମ୍ୱ ସୁଲଭ ଦରରେ ପ୍ରତି ଗାଁରେ ପହଂଚାଇବ ପ୍ରଶାସନ ।

ସୂଚନାନୁଯାୟୀ , ଲୋକଙ୍କ ଘର ପାଖକୁ ଯାଇ ଏହି ଗାଡି ଗୁଡିକ ପହଁଚିବ । ଲୋକେ ନିଜ ଘର ଦୁଆରେ ମନ ମୁତାବକ ସୁଆଦିଆ ଆମ୍ଭ କିଣିବାର ସୁଯୋଗ ପାଇବେ । ଯଦି ବେଶୀ ଆମ୍ଭ ଦରକାର ତେବେ ଆପଣ ଆଗୁଆ ଆଡ଼ଭାନ୍ସ କରି କଲ୍ କଲେ ଆମ୍ବ ଲୋକମାନଙ୍କ ପାଖରେ ପହଞ୍ଚାଯିବାର ଲକ୍ଷ୍ୟ ରହିଛି । ଏପରି ବ୍ୟବସ୍ଥା ହେତୁ ଉଭୟ ଆମ୍ଭ ଚାଷୀ ଏବଂ ବ୍ୟବସାୟୀ ବେଶ ଲାଭବାନ ହେବେ । ଆଜି ଆନୁଷ୍ଠାନିକ ଭାବେ ଜିଲ୍ଲାପ୍ରଶାସନର PD, DRDA ଅନଗୁଳ ଏହି Mango on Wheel କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।