ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ଆସନ୍ତାକାଲି ପୃଥିବୀ….

ଭୁବନେଶ୍ଵର: ବାବା ଭେଙ୍ଗା ତାଙ୍କର ଭବିଷ୍ୟବାଣୀ ପାଇଁ ଜଣାଶୁଣା। ସେ 2025 ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ କରିଛନ୍ତି, ଯାହାକୁ ଏହି ବର୍ଷ ଘଟିବାକୁ ଥିବା ଘଟଣା ସହିତ ଯୋଡାଯାଉଛି। କେତେବେଳେ ସେ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ତ କେତେବେଳେ ବିଶ୍ୱର ଅନ୍ତ ବିଷୟରେ ଭବିଷ୍ୟବାଣୀ କରିଛନ୍ତି। ବିଶ୍ୱର ଅନ୍ତ ବିଷୟରେ ପ୍ରକୃତରେ ଅନେକ କଥା କୁହାଯାଉଛି, କାରଣ ଗତ ଦୁଇ-ତିନି ମାସ ମଧ୍ୟରେ ଭାରତ ସମେତ ସାରା ବିଶ୍ୱରେ ଏପରି ଘଟଣା ଘଟିଛି, ଯାହା ଏହି ଦିଗକୁ ଇଙ୍ଗିତ କରୁଛି। କେତେବେଳେ ଦୁଇଟି ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୁଏ ତ କେତେବେଳେ ବିମାନ ଦୁର୍ଘଟଣା ଘଟେ। ଏବେ ଏହି ପରିବେଶ ମଧ୍ୟରେ, ଜାପାନୀ ବାବା ଭେଙ୍ଗା ରିଓ ତାତସୁକିଙ୍କ ଭବିଷ୍ୟବାଣୀ ଶିରୋନାମାରେ ଅଛି।

ଏବେ ରିଓ ତାତସୁକିଙ୍କ ଆଉ ଏକ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚାରେ । ଆସନ୍ତାକାଲି ଅର୍ଥାତ୍ ୫ଜୁଲାଇ ୨୦୨୫ରେ ପୃଥିବିକୁ ଆସିପାରେ ମହାବିପତ୍ତି। ଛାରଖାର ହୋଇଯାଇ ପାରେ ଜାପାନ। ଯାହାକୁ ନେଇ ଏବେ ଜାପାନରେ ଭୟର ବାତାବରଣ । କଣ ସତ ହେବ ପ୍ରସିଦ୍ଧ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ । ତାଙ୍କ ଭବିଷ୍ୟବାଣୀ ସମଗ୍ର ଏସିଆରେ ଭୟ ସୃଷ୍ଟି କରିଛି। ତାଙ୍କ ଭବିଷ୍ୟବାଣୀ ଅନୁସାରେ ଜୁଲାଇ ୫ ତାରିଖରେ ଜାପାନରେ ଏକ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଘଟିବାକୁ ଯାଉଛି। ବାବା ଭେଙ୍ଗା ଭାବରେ ଜଣାଶୁଣା ଜାପାନୀ ଅନ୍ଧ କଳାକାର ରିଓ ତାତସୁକି ତାଙ୍କ ପୁସ୍ତକରେ ଏକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି ଯେ ଭୂମିକମ୍ପ କିମ୍ବା ସୁନାମି ଆସିବ। ତାଙ୍କର ଭବିଷ୍ୟବାଣୀ ଏବେ ଚିନ୍ତାର କାରଣ ହୋଇଛି।

୧୯୯୯ ମସିହାରେ ପ୍ରକାଶିତ ପୁସ୍ତକ ‘ଦି ଫ୍ୟୁଚର ଆଇ ସ’ରେ ତାତସୁକୀ ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ଭବିଷ୍ୟବାଣୀ କରିଛନ୍ତି। ପୁସ୍ତକରେ କୁହାଯାଇଛି- ୫ ଜୁଲାଇ, ୨୦୨୫ରେ ଜାପାନରେ ଏକ ବଡ଼ ଭୂମିକମ୍ପ ଆସିବ। ଜାପାନ ଓ ଫିଲିପାଇନ୍ସ ମଧ୍ୟରେ ସମୁଦ୍ର ତଳ ଭୂମି ଫାଟିଯିବ ଓ ଏହା ବଡ଼ ବଡ଼ ଢେଉ ସୃଷ୍ଟି କରିବ। ସେ କହିଛନ୍ତି ଯେ ଏହା ୨୦୧୧ ମସିହାରେ ଜାପାନରେ ଆସିଥିବା ସୁନାମି ଅପେକ୍ଷା ତିନି ଗୁଣ ବଡ଼ ହେବ। ଏହା ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି। ଏବେ ବୈଜ୍ଞାନିକମାନେ ମଧ୍ୟ ଏହି ବିଷୟକୁ ଗମ୍ଭୀରତାର ସହିତ ନେଉଛନ୍ତି। ତାତସୁକୀଙ୍କ ଭବିଷ୍ୟବାଣୀକୁ ନେଇ ସୋସିଆଲ ମିଡିଆରେ ଏବେ ଆତଙ୍କ ଖେଳିଯାଇଛି । ଏଥିପାଇଁ ସୋସିଆଲ ମିଡିଆରେ #July5Disaster ଟ୍ରେଣ୍ଡ୍ କରୁଛି । ସେପଟେ ଜାପାନର ଲୋକମାନେ ଭୟଭୀତ ଅଛନ୍ତି, କାରଣ ଲଗାତାର ଭାବେ ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହେଉଛି ।