ରାଇରଙ୍ଗପୁରରେ ମାଣ୍ଡିଆ ଦିବସ ପାଳିତ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ଆଜି  ନଭେମ୍ବର ୧୦ ବିଶ୍ବ ମାଣ୍ଡିଆ ଦିବସ ।ଏହାର ପ୍ରଚାର ଓ ପ୍ରସାର ଓ ଜନସଚେତନତା ପାଇଁ ଓଡ଼ିଶା ସମେତ ସାରା ବିଶ୍ବରେ ବିଭିନ୍ନ ସ୍ଥାନରେ ବିଶ୍ଵ ମାଣ୍ଡିଆ ଦିବସ ପାଳନ କରାଯାଉଛି । ରାଇରଙ୍ଗପୁର ବ୍ଳକ ପରିସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ( ଆଇ ଆର ଡି ଏମ ଏସ) ଆନୁକୁଲ୍ୟରେ ବିଶ୍ଵ ମାଣ୍ଡିଆ ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ, ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ବିଡ଼ିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା,  ଉପଖଣ୍ଡ ଲୋକ ସୂଚନା ସଂପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି,ସହକାରୀ ବ୍ଳକ କୃଷି ଅଧିକାରୀଣୀ ଧରିତ୍ରୀ ଟୁଡୁ, ସିଡିପିଓ କୋଇଲିମଣି ଟୁଡୁ,ମିଶନ ଶକ୍ତି ବିପିସି ସ୍ବର୍ଣ୍ଣପ୍ରିୟା ସାହୁ,ବିପିଏମ ଶାନ୍ତନୁ ସାହୁ , ଆଇଆରଡିଏମଏସ ବ୍ଳକ  ସଂଯୋଜକ ଅଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ଟି ଶସ୍ୟ ଖାଦ୍ୟ ମେଳାର ଶୁଭ ଉଦ୍ଘାଟନ କରିଥିଲେ । ରାଇରଙ୍ଗପୁର ଉପଜିଲ୍ଲାପାଳ କହିଥିଲେ ଓଡ଼ିଶା ସରକାର ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ଯକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ପାଇଁ ୨୦୨୨ ମସିହା ମାର୍ଗଶିର ମାସ ପ୍ରଥମ ଗୁରୁବାର ( ନଭେମ୍ବର ୧୦) ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ ଆରମ୍ଭ କରିଥିଲେ। ‌ଚଳିତ ବର୍ଷ ମଧ୍ୟ ନଭେମ୍ବର ୧୦ କୁ ରାଇରଙ୍ଗପୁର  ବ୍ଳକ ସମେତ ସାରା ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ମାଣ୍ଡିଆ ଚାଷ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି, ଅଧିକ ବୈଷୟିକ ଜ୍ଞାନ,ବିହନ,କୃଷି ଯନ୍ତ୍ର ପାତି ରିହାତି ଆକାରରେ ଯୋଗାଇ ଦେଉଛନ୍ତି । ଉତ୍ପାଦିତ ମାଣ୍ଡିଆକୁ ଲ୍ଯାମ୍ପ ମାନଙ୍କରେ ବିକ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି । ଧାନକ୍ବିଣ୍ଟାଲ ୨୨୦୦ ପାଖାପାଖି  ବେଳେ ମାଣ୍ଡିଆ  ୩୮୪୬ ଟଙ୍କା ପାଖାପାଖି  ଅଧିକ ମୂଲ୍ୟରେ ବିକ୍ରୟ କରି  ଲାଭାନ୍ବିତ ହୋଇ ପାରିବେ । ବିଡିଓ ମାଡାମ କହିଥିଲେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟରେ ଅଧିକରୁ ଅଧିକ ପ୍ରତିରୋଧକ ଶକ୍ତି କ୍ୟାଲସିୟମ, ପ୍ରୋଟିନ , ଭିଟାମିନ ଅଛି ଯାହାକି ଗର୍ଭବତୀ ମହିଳା, ଯୁଵବର୍ଗ, ମଧୁମେହ ରୋଗୀ, ବୟସ୍କ, ଦୁର୍ବଳ ବ୍ୟକ୍ତି ପାଇଁ ଅଵ୍ଯର୍ଥ ପଥ୍ଯ‌। ସମସ୍ତେ ଦିନକୁ  ଖାଇବାର ୩ ବେଳାରୁ ଅନ୍ତତଃ ଗୋଟାଏ ବେଳା ନିହାତି ମାଣ୍ଡିଆ ପ୍ରସ୍ତୁତ ଖାଇବା ସହ ଘର,ବାହାର,ପଡୋଶୀ ସମସ୍ତଙ୍କୁ ଖାଇବା ପାଇଁ ପରାମର୍ଶ ଦେବାପାଇଁ କହିଥିଲେ । ଆଇଆରଡିଏମଏସ ର ବ୍ଳକ ସଂଯୋଜକ ଅଜୟ ପାତ୍ର କହିଥିଲେ ଚଳିତ ବର୍ଷ ରାଇରଙ୍ଗପୁର  ବ୍ଳକର ୯ ଟି ପଞ୍ଚାୟତରେ  ଖରିଫ ଋତୁରେ  ଅଧିକରୁ ଅଧିକ  ମାଣ୍ଡିଆ ଚାଷ କରାଯାଇଛି ।  ଆଗକୁ ରବି  ଋତୁରେ ମଧ୍ୟ ଚାଷ କରାଯିବା ପାଇଁ ଚେଷ୍ଟା ଚାଲିଛି । ମାଣ୍ଡିଆ ଚାଷ କମ ପାଣିରେ ବିନା ସାର, କୀଟନାଶକ , ଔଷଧରେ ଏହି ଚାଷ ହୋଇ ପାରିବ। ସମସ୍ତେ ଏହାର ଲାଭ ଉଠାନ୍ତୁ । କୃଷି ବିଭାଗ ତରଫରୁ ହେକ୍ଟର  ସଘନ ପ୍ରଣାଳୀ ଚାଷ ପାଇଁ ୧୦ଷ ହଜାର,ଧାଡିରୁଆ ପାଇଁ ୭,୫୦୦ ଏବଂ ଖାଲି ପଡ଼ିଆରେ ହଳ କରି ଚାଷ କଲେ ୬,୫୦୦ ଟଙ୍କା ପ୍ରୋତ୍ସାହନ ରାଶି ସରକାର ଦେଉଛନ୍ତି । ଏଥିରେ ମିଶନ ଶକ୍ତି ମହିଳା, ଅଙ୍ଗନବାଡ଼ି କର୍ମୀ, ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟମାନେ ବହୁ ସଂଖ୍ୟାରେ‌ ଯୋଗ ଦେଇଥିଲେ । କଣ୍ଟାବଣି ସ୍ବୟଂ  ସହାୟିକା ଗୋଷ୍ଠୀ ତରଫରୁ ମାଣ୍ଡିଆ ପ୍ରସ୍ତୁତ ଚା, ନିମିକି, ଖିରୀ, ପକୁଡ଼ି, ପିଆଜି, ଗୁଲୁଗୁଲା, ଖୁରମା, ଵରା, କେକ୍ , ସେଉ, ପ୍ରଭୃତି ପ୍ରସ୍ତୁତ ଖାଦ୍ୟ ପ୍ରଦର୍ଶିତ କରାଯିବା ସହ ଅତିଥି ଏବଂ ଉପସ୍ଥିତ ଥିବା ସମସ୍ତଙ୍କୁ ଏହାର ସ୍ବାଦ ଚାଖିବା ପାଇଁ ବଣ୍ଟନ କରାଯାଇଥିଲା ।ଅତିଥି ମାନେ ଖାଦ୍ୟ ଖାଇ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନାରେ  ସୁରେଶ ସାହୁ, କ୍ରିଷ୍ଣା ପାତ୍ର, ପ୍ରଶାନ୍ତ ମହାପାତ୍ର, ଶୈଳେଶ ପ୍ରଧାନ, ସୁଗଦା ମାଝି ପ୍ରମୁଖ ସହଯୋଗ କରିଥିଲେ ।